Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRAMOD KUMAR SAHOO

Others

3  

PRAMOD KUMAR SAHOO

Others

ତ୍ରିରଙ୍ଗାର ଦୁଃଖ

ତ୍ରିରଙ୍ଗାର ଦୁଃଖ

1 min
166


ତମ ବଦଳୁଛି  ତମେ ଆମେ ଆଉ 

  ଦେଶ ବଦଳୁନି ଜମା  

ଅନ୍ୟାୟ ଅଧର୍ମ ବାଟରେ ଚାଲିଲେ 

  ଟପିଗଲେ ସବୁ ସୀମା ।


ଗଛ ସିନା ଥିଲେ  ପବନ ପାଇକି 

  ଉଡନ୍ତି ମୁଁ ଫରଫର  

ଭ୍ରାତୃ ପ୍ରେମ ମତେ ମିଳୁନାହିଁ କାହିଁ 

  ଭାଇ ଯଦି ହୁଏ ପର ।


ଘର ଘର ଯେତେ ତ୍ରିରଙ୍ଗା ରଖିଲେ 

  ବଦଳି ଯିବକି ଦେଶ  

ନିଜ ସ୍ୱାର୍ଥ ଛାଡି  ରକତ ନିଗାଡି 

  ରଖିଯା ଦେଶର ଯଶ ।


ପିତା ମାତା ଯେଣେ  ତୋ ପାଇଁ ଜରୁରୀ 

  ଦେଶ ବି ଲୋଡା ଆମର  

ଚବିଶ ଘଣ୍ଟାରୁ  ଏକ ଘଣ୍ଟା ଦେଲେ 

  ଦେଶ ବି ହେବ ସୁନାର ।


ଦେଶକୁ ସୁରକ୍ଷା  ଉନ୍ନତ ମାନର 

  ତିଆରି କରିବା ପାଇଁ  

ବିଦ୍ୟାଳୟେ ଗୋଟେ  ଚାପ୍ଟର ହୁଅନ୍ତା 

  ସମସ୍ତେ ଶିଖନ୍ତେ ଯାଇ ।



Rate this content
Log in