STORYMIRROR

priyambada samal

Abstract

3  

priyambada samal

Abstract

ତୁମ ଅନୁପସ୍ଥିତି*

ତୁମ ଅନୁପସ୍ଥିତି*

1 min
255


ପୁରାଣେ ମୁଁ ପଡିଥିଲି

ତୁମେ କାଳେ ରକ୍ଷା କଲ

ଦ୍ରୌପଦୀର ମାନ

ଦେଇଥିଲ କୋଟି ବସ୍ତ୍ର 

କୁରୁ ବଂଶ ଧ୍ବଂସ ହେଲା

ନାରୀ ନିର୍ଯାତନା ପାଇଁ। 

ସତୀ ସୀତା ଲୁହେ

ସ୍ବର୍ଣ୍ଣ ଲଙ୍କା ଧ୍ବଂସ କଲ

ରାମ ଅବତାରେ

ନୀରବ କାହିଁକି ପ୍ରଭୁ

ଏ ରାଜ ରାସ୍ତାରେ

ଦିନ ଦ୍ବିପ୍ରହରେ

କାନ୍ଦନ୍ତି କେତେ

ଦ୍ରୌପଦୀ ଆଉ ସୀତା

ନିର୍ଯ୍ଯାତିତା ପୁଣି ଲୁଣ୍ଠିତା

କାହିଁକି ନୀରବ ପ୍ରଭୁ

କାହିଁ ତୁମର ଶକ୍ତି

କାହିଁ ତୁମର ରକ୍ଷାକର୍ତ୍ତା ବେଶ

ନିଶ୍ଚଳ କାହିଁକି? 

 ଖୁବ୍ ଶୀଘ୍ର ଅବତାର

ରକ୍ଷା କର ଏ ନାରୀ ଜାତିରେ

ତ୍ରାଣକର୍ତ୍ତା ନାମ ତୁମ

ଶୋଭା ପାଉ

ସବୁ ଯୁଗ ପରି

ଏ କଳି ଯୁଗରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract