STORYMIRROR

priyambada samal

Others

3  

priyambada samal

Others

ଈର୍ଷା

ଈର୍ଷା

1 min
165

      

କେମିତି ତୁ ଚାଲିଆସୁ

ବେ ନୋଟିସ୍ ଭାବେ

ବ୍ଯାପି ଯାଉ ଶିରା ରେ ଶିରାରେ

କ୍ଯାନସର ଜୀବାଣୁ ଭଳି

 ଛଟପଟ କରି

ଜାଳି ପୋଡି ମାରୁ

ନିହାତି ତୁ ସ୍ବାର୍ଥୀଟା

ଅନ୍ଯ କାର ସୁଖ ଦେଖି

ତୋତେ କାହିଁ ବାଧେ

କୁଆଁ ପତ୍ର ମେଲି ଆସିଯାଉ

ସୁଖ ଶାନ୍ତି ଦେହେ ମନେ

ଭରି ଦେଉ ବିଷାଦର କାଳିମା

ଘୁଣଖିଆ କାଠ ପରି

ଖାଇଯାଉ ଜାଳି ଦେଉ

ଦିନୁଦିନ ପତ୍ର ଝଡା ଗଛପରି

କେମିତିକା ଥୁଣ୍ଟାଳିଆ

ନିଛାଟିଆ, ଏକୁଟିଆ

କରିଦେଉ ତୋ ନାଗଫାଶରେ

ବାନ୍ଧି ଦେଇ କଲବଲ କରୁ

ଟାଣି ନେଉ ଚୋରାବାଲି ପରି

ନୀଚ୍ଚ ମନା କରିଦେଉ

ଧର୍ଯ୍ୟହରା କରି

ବେହିସାବି ଭାବେ

କ୍ଳାନ୍ତି ଲାଭେ

ମନ କରୁ ଜର୍ଜରିତ

ଈର୍ଷା ଲୋ ନ ଆସେ

କା ହ୍ରୁଦୟେ, ବାନ୍ଧେନା

ତୋ ଫାଶରେ କାହାକୁ

ଫେରିଯା ଫେରିଯା ତୁ

ମନର କୋଠରୀରୁ

 ଦେ ଟିକେ ସୁଖ ଶାନ୍ତି

ଦୂର ହେଉ ବିଷାଦ କ୍ଳାନ୍ତି

ଶୁଖିଲା ଓଠରେ ଝରିପଡୁ

ମଧୁର ମୂର୍ଛନା ର ଗୀତି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍