STORYMIRROR

priyambada samal

Romance

3  

priyambada samal

Romance

କେମିତି କହିବି ଯେ

କେମିତି କହିବି ଯେ

1 min
249


କେମିତି କହିବି ଯେ

ପ୍ରତିଦିନ ମୋ ଝରକା ଖୋଲି

ରାସ୍ତା ସେପଟର ତୁମ ଧଉଳା

କାନ୍ଥର ଦୁଆର ମୁଁହକୁ

ଚାହିଁବାର ମାନେ କ'ଣ? 

ତୁମେ ତ ଏମିତି ଏକ ସତ୍ତା

ଝରକା ପାଖରୁ ଚାଲି 

ଆସିବାକୁ ମନେ

 କଲେବି, ତୁମର ପ୍ରତିରୂପ

ମୋ ମନକୁ ରୁଦ୍ଧ କରେ। 

ତୁମେ ତୁମେ ଏମିତି 

ଏକ ବ୍ଯକ୍ତିତ୍ବ ଯେ

କ୍ଷଣିକ ଦର୍ଶନ ରେ ତୁମର

ଆଖି ର ଇଙ୍ଗିତ ମୋତେ

ମୋହାବିଷ୍ଟ କରେ

କେମିତି କହିବି ଯେ

ଝରକା ବନ୍ଦ କରି ଉଠି  

ଆସିବା କେତେ କଷ୍ଟ। 

ମୋ ଅନୁଭବରେ

ତୁମେ କେତେବେଳେ

କାନ୍ଦୁରୀ ଶିଶୁଟିଏ ତ

କେତେବେଳେ ଅଭିମାନୀ ମନଟିଏ

ମୁଁ ଝରକା ବନ୍ଦ କଲେ

ତୁମେ ଝରକା ସେପଟେ

କାନ୍ଦି କାନ୍ଦି ବର୍ଷା ହୋଇ ଝରିପଡ

 ସ୍କ୍ରିନ୍ ପକାଇ ଦେଲେ ତ

ତୁମେ ଅଭିମାନରେ

କରୁଣ ସଂଧ୍ଯା ଟିଏ ହୋଇ

ସତେଜ ଗଛ ଲତାକୁ

ଝାଉଁଳାଇ ତୁମ ମନ କଥା କୁହ

 ପାଖ ରାସ୍ତାର ଧୂଳିକୁ

ଉଡାଇ ଉଡାଇ

ତୁମ ସ୍ନେହରେଣୁକୁ

ମୋ ଦେହରେ ଜଡାଇ ଦିଅ 

ଅଭିମାନ, ରାଗରେ ମୋ

ଘରର କ୍ଯାଲେଣ୍ଡରକୁ ଉଡାଇ 

ଫକ୍ କିନା ଡେଇଁ ପଡ

ସାଗର ମଝିକୁ। 

କେମିତି କହିବି ଯେ

ଝରକା ବନ୍ଦ କରି

ଉଠି ଆସିବା କେତେ କଷ୍ଟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance