ସ୍ମୃତି (୨୨)#ମଧୁମୟ ମହକ#
ସ୍ମୃତି (୨୨)#ମଧୁମୟ ମହକ#
1 min
185
ଆକାଶ ଖସେଇ ଦେଇଥିଲା ସେଦିନ
ତା'ର ସେ ମେଘୁଆ ପଣତ,
ପ୍ରୀତିର ମଧୁମୟ ମହକେ ଝୁଲୁଥିଲା
ଆପଣାପଣ ଅଭିମାନ ସହିତ ,
ମୁଁ ଉଠି ଆସୁଥିଲି ମୋ ଅତୀତର କବର ତଳୁ
ରଙ୍ଗ ହରା ଋତୁଟିଏ ପରି
ହୃଦୟ ମୋ ଖୋଜୁଥାଏ ତମ ପ୍ରେମ ଆଗ ଭଳି
ଏପଟେ ଯାଉଥିଲା ସମୟ ସରି ,
ସତରେ ସାମାନ୍ୟ ଭୁଲରେ କେତେ କ'ଣ
ବଦଳି ଯାଇପାରେ ଗୋଟେ ମଧ୍ୟାହ୍ନରେ ,
ଜୀବନ ପ୍ରତି ମୁହୂର୍ତ୍ତେ ଯେ ନିଆରା କବିତା
ସେ କଥା ମଣିଷ ବୁଝେ ବହୁ ପଛରେ ,
ଏ ଅଭିମାନୀ ସ୍ମୃତିର ସୁନେଲି ରଙ୍ଗ
ବିଭୋର କରେ ନିଃଶବ୍ଦ ନିଶିରେ ,
ମନର ଅଭିନୟ ,ସଂଳାପ ସହ ଶେଷ ହୋଇ
ଝୁଣ୍ଟେ ଯେବେ ବିଗତ ଝାଉଁଳା ସ୍ମୃତିରେ ..... !