Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Romance

4  

Dr.Sashi Bhushan Mohapatra

Romance

ପ୍ରେମଟିକେ ଲୋଡ଼ା

ପ୍ରେମଟିକେ ଲୋଡ଼ା

1 min
224



ଆସିଲେ କହିବି ତୁମକୁ

ଆମ ଭଲ ପାଇବାର ଦିନ ସବୁ

କେମିତି ଆଖିରେ ଲହଡ଼ି ଭାଙ୍ଗେ,

ବଂଶୀ ତୁହାଇ ତୁହାଇ

କେମିତି ତୁମ ନାଁ ଫୁଙ୍କେ ।


ସୁନାର ହରିଣ ଡେଇଁ ଡେଇଁ

କେମିତି ଆଖିରେ ଝଲସେ,

କେମିତି ଶାମୁକା ଭିତରେ

ମୁକ୍ତାଟିଏ ଦାନାବାନ୍ଧେ ।

ପକ୍ଷୀଙ୍କ କୁଜନରେ କେମିତି

ତୁମ ସ୍ମୃତିର ଗଜଲ ଶୁଭୁଥାଏ,

ପକ୍ଷୀ ଓ ପକ୍ଷୀଣୀ କେମିତି

ଚଞ୍ଚୁରେ ଚଞ୍ଚୁ ଘସି

ପରସ୍ପରକୁ ପ୍ରେମ ବାଣ୍ଟୁଥାଏ ।


ପ୍ରେମର ପ୍ରତୀକ୍ଷାରେ ବିଶ୍ୱାସ ଅଛି

ଆସିଲେ କହିବି

କେମିତି ଭଲପାଏ ମୁଁ ତୁମକୁ ,

ତୁମେ ମୋର ପ୍ରେମର ଦେବତା

ତେଣୁ ଆତ୍ମା ଖୋଜୁଛି ତୁମକୁ |

 

ମୋର ସେଇ କାମନା ଲୋଡ଼ା ନାହିଁ

ଯାହା ଦେହକୁ ଜାଳେ

ବିଷର ଜ୍ୱାଳାଠୁ

ଆହୁରି ଜ୍ଵଳନ

ଯାହା ଦେହରୁ ମନକୁ ଚରେ ।

ତେଣୁ ଲୋଡ଼ା ନାହିଁ

ଦେହ କି ଦେହର ଉସ୍ମତା

ଏବେ ଖାଲି ଲୋଡ଼ାଟିକେ

ବିଶୁଦ୍ଧ ପ୍ରେମର ଟୋପାଏ ଅମୃତ ।



Rate this content
Log in

Similar oriya poem from Romance