STORYMIRROR

Sunanda Mohanty

Romance Classics Others

4  

Sunanda Mohanty

Romance Classics Others

ବିରହ ଗୀତି

ବିରହ ଗୀତି

1 min
244

ଆଶାଢେ ଆଶାବରୀ ଆଗୁଆ 

ଗଲା ଫେରି 

ବସନ୍ତେ ବାସନ୍ତୀକା ବାସିଲା 

ସାତ ଫେରି 

ମଳୟେ ମଧୁମକ୍ଷି ମଲ୍ଲୀକା 

ହସେ ଥିରି 

ଫଗୁଣେ ଫୁଲଶର ପଳାଶ 

ବାସ ଭରି 

ବରଜେ ବରଷିଲା ବରଷା 

ମେଘ ବାରି 

ତଥାପି ତଥାଗତ ତଥାସ୍ତୁ 

କଲା ସରି 

ଚହିଁଛି ଚାତକିନୀ ଚାନ୍ଦିନୀ 

ରାତି ଭରି 

ମଳୟେ ମରୀଚିକା ମଲ୍ହାର 

ରାଗ ବାରି 

ଶୀତରେ ଶ୍ରୁତିଲେଖା ସ୍ୱୀକାର 

ଲେଖା ଧରି 

ଗ୍ରୀଷ୍ମରେ ଗିରିବନ ଗଗନେ 

କୋପ କରି 

ମୌସୁମୀ ମନ୍ଦାକିନୀ ମନରେ 

ପ୍ରୀତି ଭରି 

କାଳିଆ କଳଙ୍କରେ କଳାର 

କାରିଗରୀ 

ଜଗତ ଜାଗୃତିରେ ଜାଗାର 

ଜାଗା ପୁରୀ 

ଭକତ ଭାବନାରେ ଭାବର 

ପ୍ରେମ ଡୋରି 

ବିରହେ ବିରହୀଣୀ ବସିଛି 

ମନ ମାରି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance