ବିରହ ଗୀତି
ବିରହ ଗୀତି
ଆଶାଢେ ଆଶାବରୀ ଆଗୁଆ
ଗଲା ଫେରି
ବସନ୍ତେ ବାସନ୍ତୀକା ବାସିଲା
ସାତ ଫେରି
ମଳୟେ ମଧୁମକ୍ଷି ମଲ୍ଲୀକା
ହସେ ଥିରି
ଫଗୁଣେ ଫୁଲଶର ପଳାଶ
ବାସ ଭରି
ବରଜେ ବରଷିଲା ବରଷା
ମେଘ ବାରି
ତଥାପି ତଥାଗତ ତଥାସ୍ତୁ
କଲା ସରି
ଚହିଁଛି ଚାତକିନୀ ଚାନ୍ଦିନୀ
ରାତି ଭରି
ମଳୟେ ମରୀଚିକା ମଲ୍ହାର
ରାଗ ବାରି
ଶୀତରେ ଶ୍ରୁତିଲେଖା ସ୍ୱୀକାର
ଲେଖା ଧରି
ଗ୍ରୀଷ୍ମରେ ଗିରିବନ ଗଗନେ
କୋପ କରି
ମୌସୁମୀ ମନ୍ଦାକିନୀ ମନରେ
ପ୍ରୀତି ଭରି
କାଳିଆ କଳଙ୍କରେ କଳାର
କାରିଗରୀ
ଜଗତ ଜାଗୃତିରେ ଜାଗାର
ଜାଗା ପୁରୀ
ଭକତ ଭାବନାରେ ଭାବର
ପ୍ରେମ ଡୋରି
ବିରହେ ବିରହୀଣୀ ବସିଛି
ମନ ମାରି l

