ନିତ୍ୟ ଝୁରେ ମନ ମୋର
ନିତ୍ୟ ଝୁରେ ମନ ମୋର
କେମିତି କହିବି କିପରି କହିବି
ଜାଣି ତ ପାରୁନି କିଛି
ତୁମ ଦର୍ଶନେ ମାତ୍ରକେ ମନ ମୋର
କାହିଁ ହୁଏ କିଛି କିଛି ।
ଶିମ୍ବ ମଞ୍ଜି ପରି ଓଠ ଟି ତମର
ସୁନ୍ଦର କଜଳ ଆଖି
ଓଠ ଟି ତମର ଗୋଲାପୀ ରଙ୍ଗର
ମନ କହେ ନିରୀମାଖି ।
ଫୁଲ ପାଖୁଡ଼ା ପରି ଓଠରେ ମୋତେ
ଭିଜେଇ ଦିଅ ଥରୋଟିଏ
ଭିଜି ବାକୁ ଚାହେଁ ମୋତେ ତମ ସହ
ଦିଅ ଅନୁମତି ଟିଏ ।
ଏହା ମୋ ପାଗଳାମି, ଭଲପାଇବା
ଯାହା କିଛି ଭାବିପାର
କିନ୍ତୁ ସତ କହୁଛି ଆଜି ତମକୁ
ନିତ୍ୟ ଝୁରେ ମନ ମୋର ।

