Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିଭୀଷଣ ବେହେରା

Romance

4.0  

ବିଭୀଷଣ ବେହେରା

Romance

ପ୍ରେମ

ପ୍ରେମ

1 min
162


କି ସମ୍ପର୍କ ଦେଇ ଆରମ୍ଭ କରିବି

   ଭାବିତ ପାରୁନି କିଛି ।

ତମେ ତମେ ବୋଲି ସମ୍ବୋଧନ ଦେଲି

   ତମେ ଏକ ପ୍ରଶ୍ନବାଚୀ ।

କେମିତି କହିବି କିପରି କହିବି 

   ଜାଣି ତ ପାରୁନି କିଛି ।

ତୁମ ଦର୍ଶନେ ମାତ୍ରକେ ମନ ମୋର

   କାହିଁ ହୁଏ କିଛି କିଛି ।

କାହାସହ କେତେବେଳେ ହୁଏ ଦେଖା

   ଏ ଜୀବନ ଏମିତିକା ।

କେଜାଣି କାହିଁକି ଦିନେ ନଦେଖିଲେ 

  ଲାଗେ ମୋତେ ଫିକା ଫିକା ।

ମନ ଗହନରେ ସାଧା କାଗଜରେ

   ଆଙ୍କି ଦେଲି ତୁମ ଛବି ।

ଅଲିଭା ଅକ୍ଷରେ ଲେଖି ହୋଇଗଲା 

    ହୃଦୟର ପ୍ରତଛବି ।

ଏହା ମୋ ପାଗଳାମି ଭଲ ପାଇବା

   ଯାହା କିଛି ଭାବିପାର ।

କିନ୍ତୁ ସତ କହୁଛି ଆଜି ତୁମକୁ 

   ନିତ୍ୟ ଝୁରେ ମନ ମୋର ।



Rate this content
Log in

Similar oriya poem from Romance