STORYMIRROR

ବିଭୀଷଣ ବେହେରା

Classics Inspirational Others

3  

ବିଭୀଷଣ ବେହେରା

Classics Inspirational Others

ପୁସ୍ତକ

ପୁସ୍ତକ

1 min
134

ସମଗ୍ର ମାନବ ଜାତିର

ପୁସ୍ତକ ଅଟଇ ସ୍ୱାକ୍ଷର ।

ସଫଳ ମନୁଷ୍ୟ ନିମିତ୍ତ

ଅଟଇ ଜ୍ଞାନର ବାହକ ।

ସର୍ବଦା ମାର୍ଗ ପ୍ରଦର୍ଶକ

ନାହିଁ ଭେଦ ଭାବ କାରକ ।

ମାନବ ତୃତୀୟ ନୟନ 

ପୁସ୍ତକ ଅମୂଲ୍ୟ କିରଣ ।

ଉପଯୁକ୍ତ ଜ୍ଞାନ ଅର୍ଜନ 

ପୁସ୍ତକ ଗୁରୁତ୍ଵ ପଠନ ।

ପୁସ୍ତକ ନୁହଁଇ ଛୋଟିଆ 

ସ୍ଵଂୟ ଗଣନାଥଙ୍କ ବିଦ୍ୟା ।

ଗଳ୍ପ-ପ୍ରବନ୍ଧ-ଉପନ୍ୟାସ 

ପାଠକେ ପ୍ରଣର ସରସ ।

ଚିନ୍ତା-ଚେତନା-ଅନୁଭୂତି 

ଭାଷାରେ ମାର୍ଜିତ ଓ ରୁଚି ।

ଯିଏ ଯେତେ ପଠନ କରେ 

ତାତ୍ତ୍ୱିକ ତାଙ୍କରି ଜ୍ଞାନରେ ।

ଯେ ପକ୍ଷୀ ଉଡ଼େ ଯେତେ ଦୂର

ସେ ଜାଣେ ତାହାର ବେଭାର ।

ଯେତେକ ଜ୍ଞାନୀ-ବୈଜ୍ଞାନିକ

କେବଳ ମାଧ୍ୟମ ପୁସ୍ତକ ।

ସମସ୍ତ ପୁରାଣ ପୁସ୍ତକ 

ମନୁଷ୍ୟ ଜୀବନେ ସାର୍ଥକ ।

ଜୀବନେ ସରଳ କରାଇ 

ନିଜର ତା ଜୀବନେ ନାହିଁ ।



Rate this content
Log in

Similar oriya poem from Classics