STORYMIRROR

ବିଭୀଷଣ ବେହେରା

Children Stories Inspirational Children

3  

ବିଭୀଷଣ ବେହେରା

Children Stories Inspirational Children

ଶୀତ ଋତୁ

ଶୀତ ଋତୁ

1 min
161

ହେମନ୍ତ ଋତୁକୁ ବିଦାୟ 

  ଧରାରେ ଶୀତ ଆଗମନ ।।

ଶୁଭ ସକାଳେ ଦୁବ ଘାସେ 

  ଶିଶିର ବୁନ୍ଦା ମୁକ୍ତା ଦିଶେ ।।

ଶୀତ ସକାଳେ ଗାଁ ଦାଣ୍ଡେ 

  ଶିଶୁ- ବୟସ୍କ ନିଆଁ ଜାଳେ ।।

ଓଠ ମୁଁହ ଦେହ ଫାଟଇ

  ମଣିଷ ଉଷ୍ମତା ଖୋଜାଇ ।। 

ରାତ୍ରି ଅପେକ୍ଷା ଦିନ ଛୋଟ 

  ଦୁଃଖୀ ଦାରିଦ୍ର୍ୟ ଭୋଗେ କଷ୍ଟ ।।

ବୃଦ୍ଧ-ବୃଦ୍ଧା ଶୀତ ପ୍ରକୋପେ

  ନପାରି ସହି ମୃତ୍ୟୁ ମୁଖେ ।।

କାଛୁ କୁଣ୍ଡିଆ ଥଣ୍ଡା କାଶ  

  ଜ୍ୱର ଆଦି ବିଭିନ୍ନ ରୋଗ ।।

ମୂଳା ଆଳୁ କୋବି ପିଆଜ

  ଅମଳ କରଇ କୃଷକ ।।

ବେଦନା କମଳା ଅଙ୍ଗୁର 

  କରମଙ୍ଗା ଆଦି ଫଳିତ ।।

ଶୀତ ଋତେ ଶାମ୍ବ ଦଶମୀ 

  ଧନୁ ଓ ମକର ସଂକ୍ରାନ୍ତି ।।

ସୁଖ ଦୁଃଖର ସମନ୍ୱୟେ 

  ଶୀତ ଋତୁଟି କଟିଯାଏ ।।

ଶୀତ ଋତୁର ଅନ୍ତପରେ 

  ଋତୁରାଜ ବସନ୍ତ ଆସେ ।।



Rate this content
Log in