ହର ଘରେ ତ୍ରିରଙ୍ଗା ଘରେ ଘରେ ତ୍ରିରଙ୍ଗା
ହର ଘରେ ତ୍ରିରଙ୍ଗା ଘରେ ଘରେ ତ୍ରିରଙ୍ଗା
ମ ମାତୃଭମି ସ୍ୱାଭିମାନ ପାଇଁ
ତ୍ରିକୋଣିୟ ଅଭିଯାନ ।
ତ୍ରିରଙ୍ଗା ପତାକା ଘରେ ଘରେ ରଖି
ଆମ ତ୍ରିରଙ୍ଗା ସମ୍ମାନ ।।
ଶାନ୍ତି, ମୈତ୍ରୀ ଆଉ ଅହିଂସା ପ୍ରତୀକ
ଆମ ତ୍ରିରଙ୍ଗା ପତାକା ।
ଫର ଫର ହେଇ ପବନରେ ଉଡ଼େ
ଆମ ବିଜୟ ପତାକା ।।
କେଶରୀ ହରୀତ ମଧ୍ୟ ଭାଗେ ଶ୍ୱେତ
ହୃଦେ ଚକ୍ର ସ୍ୱଭିଭୂତ ।
ଶକ୍ତିର ପ୍ରତୀକ ଭାରତ ମାତାର
ଆଉ ସାତ୍ଵିକର ବସ୍ତ୍ର ।।
ନବ ଭାରତର ନୂତନ ସୁରୁଜ
ହାତେ ତ୍ରିରଙ୍ଗା ଆମରି ।
ନାଗରିକତା ଦାୟିତ୍ଵ ଓ କର୍ତ୍ତବ୍ୟ
ହାତେ ତ୍ରିରଙ୍ଗା କୁ ଧରି ।।
ସମ୍ଭ୍ରାନ୍ତ ବ୍ୟକ୍ତିତ୍ଵ ବୀରତ୍ୱର ଗାତା
କରୁ ତୁହି ଅଳଙ୍କୃତ ।
ତୁହି ନିରନ୍ତ ମୟ ତୁହି ଶାଶ୍ଵତ
ନିତ୍ୟ ରହେ ତୁ ବନ୍ଦିତ ।।
ଲଙ୍ଗିବ ଆମରି ସେ ଦିଗବଳୟ
ପକ୍ଷୀଙ୍କ ସାଥିରେ ଉଡ଼ି ।
ଚିର ସଜାଗ ସ୍ବାଧୀନତାର ମୂଲ୍ୟ
ଶାନ୍ତି ଓ ବିଶ୍ୱ ମୈତ୍ରୀ ।।
ଦୃଢ ଜାତୀୟତା ବୋଧ ଆବଶ୍ୟକ
ମାତୃଭୂମିର ସନ୍ତାନ ।
ସଚ୍ଚା ଦେଶ ପ୍ରେମୀର ପରିଚାୟକ
ସଂକଳ୍ପ ରେ ଗରୀୟନ ।।
ସ୍ବର୍ଗତ ଶାଶ୍ଵତ ବୀରତ୍ୱର ସ୍ରୋତ
ଅହୁ ତୋ ସର୍ବ ନିସୃତ ।
ବୃଦ୍ଧ ଓ ବାଳୁତ ଯୁବକ ସମେତ
ତତେ ସର୍ବେ ନମସ୍କୃତ ।।
