Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhisana Behera

Classics Inspirational Others

4.0  

Bibhisana Behera

Classics Inspirational Others

ଶକ୍ତି ସ୍ୱରୂପା

ଶକ୍ତି ସ୍ୱରୂପା

1 min
204


ହେ! ମା ଜଗଦମ୍ବୀ ଜଗତଜନନୀ

    କରୁଛି ତୁମ୍ଭ ସ୍ମରଣ ।

ମାତୃହରା ସମ ବିନା ତୋ ଦର୍ଶନ

  ବ୍ୟାକୁଳ ମୋର ଏ ମନ ।।

ପାର୍ବଣ ଋତୁରେ ନଦୀତୀରେ ତୀରେ

   କାଶତଣ୍ଡୀ ପାଏ ଶୋଭା ।

ଶୀତଳ ସମୀରେ ଖେଳି କହୁଥାଏ 

   ମା ପରା ହେବେ ଉଭା ।।

  ଜଳାଶୟ ନିର୍ମଳ ଜଳ ବହନ

    ମେଘଯୁକ୍ତ ଗଗନରେ ।

ଧରଣୀ ବୁକୁରେ ଲହରୀ ଖେଳୁଛି 

  ଦର୍ଶନ ତୋ ଅପେକ୍ଷାରେ ।।

ମୃଣ୍ମୟୀ ପ୍ରତିମା ଆଢ଼ୁଆଳେ କେବେ 

    ସତେ ଆସ ମା ବାହାରି ।

 ବଦ୍ଧକର ଅନ୍ତରେ ମହିଷାସୁର

   ମୋ ପରି କେତେ ଆଉରି ।।

ଶକ୍ତି ସ୍ୱରୂପା ମା ଦୁଷ୍ଟବିନାଶିନୀ

  ଜଗତ ମଙ୍ଗଳ କାରୀ ।

ସିଂହବାହିନୀ ମା ଦୁର୍ଗତିନାଶିନୀ

  ପାପୀଙ୍କ ସଂହାର କାରୀ ।।

ସଙ୍କଟହାରିଣୀ ମଙ୍ଗଳକାରିଣୀ

   ଧରା ଧାମେ ଚାଲି ଆସ ।

ବିଶ୍ଵ ବନ୍ଦନୀୟା ଜଗତ ଜନନୀ 

   ଢାଳିଦିଅ କୃପାଶିଷ ।।

କାମନା ବାସନା ଷଡ଼ରିପୁ ଯେତେ

    ନିଅ ମା ଚରଣେ ବଳି ।

ଧର୍ମ ଅଧର୍ମର ବିଜୟୀ ପ୍ରତୀକ

   ଏହି ବିଜୟା ଦଶମୀ ।।


Rate this content
Log in

Similar oriya poem from Classics