ମା'ର ମମତାରେ
ମା'ର ମମତାରେ
ନିଜେ ଦୁଃଖ ରହି ଆମକୁ ହସାଏ
ଜାଣିଛନ୍ତି କି ତାଙ୍କ ନାଁ ।
ନିଜେ ଭୋକ ରହି ଆମକୁ ଖୁଆଏ
ସିଏ ହେଲା ଆମ ମାଆ ।।
ବିନା ସ୍ଵାର୍ଥପର ବିନା ବେତନରେ
ଦିନରାତି ଖଟୁଥାଏ ।
ଯେତେ କହିଲେ ବି ଊଣା ହୋଇଯିବ
ଆମ ପୁଜନୀୟା ସିଏ ।।
ମାଆ ର ମୁହଁକୁ ଦେଖିଦେଲେ ଥରେ
ଅଶୁଭ ହୁଅଇ ଶୁଭ ।
ମାଆ ର ମମତାରେ ଅମୃତ ଝରେ
ପାନ କଲେ ସ୍ୱର୍ଗ ଭୋଗ ।।
rong>ଯାହା ପଣତରେ ମୁଣ୍ଡ ଗୁଞ୍ଜି ଦେଲେ ଛୋଟ ଲାଗେ ଏଇ ସଂସାର । କୋଳରେ ଯାହାର ମୁଣ୍ଡ ରଖିଦେଲେ ଦୁଃଖ ହୋଇଯାଏ ଦୂର ।। ଭୁଲ ବାଟେ ଗଲେ ଭୁଲ୍ କାମ କଲେ ସବୁ ଭୁଲ୍ କ୍ଷମା କରେ । ସୁଖ ଦୁଃଖରେ ସମଭାଗୀ ହୋଇ ପିଲାଙ୍କୁ କୋଳେଇ ନିଏ ।। ଅନାବିଳ ଶ୍ରଦ୍ଧା ବାତ୍ସଲ୍ୟ ପ୍ରେମର ମୂର୍ତ୍ତି ମନ୍ତ ରୂପ ଟିଏ । ମା'ର ଆଶୀର୍ବାଦ ସମୟତ କ'ଣ ଭାଗ୍ୟ ବି ବଦଳି ଦିଏ ।।