STORYMIRROR

Satyanarayan Sahoo

Romance

3  

Satyanarayan Sahoo

Romance

ଦୀପାବଳୀ

ଦୀପାବଳୀ

1 min
123


କେତେ ଯେ ଆଲୋକମାଳାରେ ଭୂଲୋକ

ଦିଶଇ ଦେଦୀପ୍ୟମାନ

ସୁନ୍ଦର ବର୍ଣ୍ଣାଳୀ ଦିଶୁଥାଏ ଝଳି

ଏଇ ଦୀପାବଳୀ ଦିନ ।


ରାତି ସାରା ଚାଲେ ଉତ୍ସବ ପାଳନେ

ଉନମତ୍ତ ଥାନ୍ତି ଲୋକ

ମେଢ଼ ଓ ମଣ୍ଡପ ଆଲୋକ ତୋରଣ

ଗୃହେ ଜାଳି ଦୀପ।ଲୋକ ।


ଆହା କି ଆନନ୍ଦ ମୟ ସୁସମୟ

ଆଣେ ଏଇ ଦୀପାବଳୀ

 ଅମାବାସ୍ୟା ଦିନ ରାତି ସାରା ଦିନ

ପରାଏ ଦିଶେ ଉଜ୍ଜ୍ୱଳି ।


ପରସ୍ପର ପ୍ରତି ଅନୁରାଗ ପ୍ରୀତି

ସ୍ରୋତ ଧାରେ ଆଲୁଅରେ

ପାଳନ କରନ୍ତି ଜନେ ଖୁସି ମନେ

 ବୁଡି ମଉଜ ଭିତରେ ।



Rate this content
Log in

Similar oriya poem from Romance