STORYMIRROR

Debadatta Jena

Abstract Romance

4  

Debadatta Jena

Abstract Romance

ଇପ୍ସିତ ମଳୟ

ଇପ୍ସିତ ମଳୟ

1 min
197


ହଁ, ପଲ୍ଲବିନୀ..

ଋତୁ ରାଣୀ ତୁମେ ଇପ୍ସିତ ମଳୟ, 

ପଲ୍ଲବିତ ହେଲେ ବିବର୍ଣ୍ଣ ହୃଦୟ, 

ମୁଁ ବିଭୋର, ବସ୍ମୃତ, ବିଦଗ୍ଧ, ବସନ୍ତ

କେମିତି କହିପାରନ୍ତି ତୁମେ ମୋ..

ଅବ୍ୟକ୍ତ, ଆରକ୍ତ, ବେଦନାକ୍ତ କ୍ଷୋଭ, 

ଅବଶୋଷ ପ୍ରାଣେ ବିଷର୍ଣ୍ଣ ମହକ, 

ବ୍ୟଥିତ ବେଦନା, ସତୃଷ୍ଣ କ୍ଷତାକ୍ତ, 

ସେ ପାଇଁ ଦେହରେ ପରମ ପ୍ରଜ୍ଜଳ, 

ଉତ୍କ୍ଷିପ୍ତ ଉଦ୍ଗ୍ରୀବ ମନ ଖଣ୍ଡ ବିଖଣ୍ଡିତ,

ହୁଏ ଶତଧା ବିଭକ୍ତ..! 


ହଁ,, 

ତୁମେ ବିରହୀଣୀ, 

ମୋ ଦେହେ ସ୍ତବ୍ଧ ବେହରଣ,

ମୁଗ୍ଧ ପରାହତ, ତୁମେ ଉତ୍ଫୁଲ୍ଲ ଆନନ୍ଦ, 

ଅଦୃଶ୍ୟ ସମିରଣ, ସ୍ପର୍ଦ୍ଧିତ ଶିହରଣ, 

କେମିତି ଭାଷି ଥାନ୍ତି ତୁମେ ମୋ 

ଇପ୍ସିତ,ବାଂଛିତ,ମୋ ଖୁବ୍ଧ ମନୋରଥ, 

ବଦ୍ଧ ମୌସୁମୀ, ତଦ୍ରୁପ ଆକାଂକ୍ଷିତ, 

ବକ୍ଷେ ପାରିଜାତ, କିନ୍ତୁ ଅମୀମାଂସିତ, 

ଅନ୍ତହୀନ ଆଶା, କ୍ଷୁଧିତ ଅବୟବ,

ମୁଁ... ଆସକ୍ତ, ଭୁଭୁକ୍ଷିତ..!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract