Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshyama sagar Prusty

Romance Others

4  

Kshyama sagar Prusty

Romance Others

ସାଥି ବିଚ୍ଛେଦ

ସାଥି ବିଚ୍ଛେଦ

1 min
231



ସାଥି ଚିଠିଟେ ଲେଖିଛି

ତୁମରି ବିଚ୍ଛେଦରେ l

ମନକଥା ସବୁ ରହିଛି ଚିଠିରେ

ପଢିବ ବସି ନିରୋଳାରେ ll


ସାଥି ଆଉ ମତେ ଖୋଜିବନିl 

ପହିଲି ଫଗୁଣର ଫଗୁ ଅବିରେ

ରଙ୍ଗର ପର୍ବ ହୋଲିରେ ll


ସାଥି ଆଉ ମତେ ଝୁରିବନି l

ବସନ୍ତର ଆଗମନରେ

ମୃଦୁ ମଳୟ ପବନରେ ll


ସାଥି ଆଉ ଆମେ ଭିଜିବାନି l

ନୀଳ ସାଗର ବେଳାଭୂମିପରେ

ପହିଲି ଆଷାଢ଼ ବର୍ଷା ଝରିରେ ll


ସାଥି ଆଉ ଖୋଜି ପାଇବନି l

ତୁମ ଚିଠି ବାକ୍ସ ବନ୍ଦ ଲଫାପାର

ସେଇ ପୁରୁଣା ଚିଠିରେ ll


ସାଥି ଯଦି କେବେ

ମନେପଡେ ମୋ କଥା l

ମନ ଖୋଲି ଲେଖିଦେବ

ତୁମ ହୃଦୟର କଥା ll


ଗାଁମୁଣ୍ଡ ମୋ ସମାଧି ପୀଠରେ l



Rate this content
Log in

Similar oriya poem from Romance