ମୋ ଗାଁ ମୋ ଦୁନିଆ
ମୋ ଗାଁ ମୋ ଦୁନିଆ
ଭାରତ ଦେଶର ଓଡିଶା ରାଜ୍ୟର
କଟକ ଜିଲ୍ଲାରେ ଭୂଗୋଳ ପ୍ରସିଦ୍ଧ
ମନ୍ଦିର ମାଳିନୀ ଗାଁ ଟି ମୋର
ଭଟିମୁଣ୍ଡା ଗ୍ରାମରେ ମୋ ଘର l
ମୋର କାହାକୁ ବା ଆଉ ଡର ll
ପୂର୍ବେ ମା କନକ ଦୁର୍ଗାଙ୍କ ମନ୍ଦିର
ପଶ୍ଚିମେ ବାବା ଭୂତେଶ୍ଵର l
ଉତ୍ତରେ ଶ୍ରୀ ଶନିଶ୍ଚର ମନ୍ଦିର
ଦକ୍ଷିଣେ ଜୟ ମା ମଙ୍ଗଳାଙ୍କର ll
ଗାଁ ମଝିରେ ବିଜେସ୍ଥଳୀ ଗ୍ରାମଦେବତୀ
ଜୟ ମା ଜାଡୁଆଙ୍କ ମନ୍ଦିର l
ଆହୁରି ରହିଛି କେତେ ଯେ ଛୋଟ ବଡ ମନ୍ଦିର
ବାର ମାସେ ତେର ପରବ ପାଳନ ହୁଏ ଏଠି ଆମର
ଦୋଳ, ଦଶହରା, ରଜ ମଉଜ ପ୍ରସିଦ୍ଧ ଗାଁର ll
ଏଇ ଗାଁରେ ଛୋଟ ଏକ ଦୁନିଆ ମୋର l
ଏଇ ଦୁନିଆରେ ଲେଖେ କବିତା କାହାଣୀ ନିରନ୍ତର ll
କେବେ ଲେଖେ ସୁଖର ଦୁଃଖର l
କେବେ ଲେଖେ ପ୍ରେମର ବିରହର ll
କେବେ ପୁଣି ସଚେତନ ବାର୍ତ୍ତା ଦିଏ
ଏଇ ମଣିଷ ସମାଜକୁ ଆମର ll
କଂସାରୀ ପରିବାରେ ଜନ୍ମ ମୋହର l
ହାତୁଡି ପିଟି ପିଟି ଲୁହ ଲହୁ କରି ଏକାଠି
କଂସା ବାସନ ଗଢେ ମୋ ପରିବାର ll
ବୃତ୍ତି ଏ ପୋଷେ କୁଟୁମ୍ବ ମୋର l
ବାପା,ମା ସାହା ମୋ ସୁଖ ଦୁଃଖର ll
ମୁଁ ଗର୍ବିତ ଏଇ ଗାଁ ମାଟିରେ ଜନ୍ମ ମୋର
ମୁଁ ଗର୍ବିତ ଏଇ ଗାଁ ମାଟିରେ ଜନ୍ମ ମୋର l