STORYMIRROR

Kshyama sagar Prusty

Inspirational Others

4  

Kshyama sagar Prusty

Inspirational Others

କେବେ ବଦଳିବ

କେବେ ବଦଳିବ

1 min
277


ନୂତନ ପ୍ରକଳ୍ପ ହୋଇଛି

ବାଟରେ ହାଟରେ କଳ ବସିଛି l

ନିର୍ମଳ ସ୍ୱଚ୍ଛଜଳର ରହଛି ଅଭାବ

ଏ ଯୁଗ କେବେ ବଦଳିବ..?


ଗାଁରେ ବିଦ୍ୟାଳୟ ଅଛି

ଛାତ୍ରଛାତ୍ରୀ ପାଠ ପଢୁଛନ୍ତି l

ଶିକ୍ଷକ ମାନଙ୍କ ରହଛି ଅଭାବ

ଏ ଯୁଗ କେବେ ବଦଳିବ..?


ଗାଁରେ ସ୍ୱାସ୍ଥ୍ୟକେନ୍ଦ୍ର ଅଛି

ରୋଗରେପଡି ରୋଗୀ ଆସୁଛି l

ଡାକ୍ତର ମାନଙ୍କ ରହିଛି ଅଭାବ

ଏ ଯୁଗ କେବେ ବଦଳିବ..?


ଯେବେ ସାଧାରଣ ନାଗରିକ

ନିଜେ ସଚେତନ ହେବ l

ସମସ୍ୟାର ସମାଧାନ

ନିଜେ ବାହାର କରିବ ll

ସ୍ୱଚ୍ଛ ଭାରତ ଅଭିଯାନର

ଶପଥ ନେବ..l

ଏ ଯୁଗ ନିଶ୍ଚୟ ବଦଳିବ

ଏ ଯୁଗ ନିଶ୍ଚୟ ବଦଳିବ ll


Rate this content
Log in

Similar oriya poem from Inspirational