ଗର୍ବ ଗୌରବ ଆମ ମାଟିର ସିଏ
ଗର୍ବ ଗୌରବ ଆମ ମାଟିର ସିଏ
ଆମ ପରି ଥିଲା ଛୋଟ ପିଲାଟିଏ
ଢେଙ୍କାନାଳ ମାଟିର ବୀର ପୁତ୍ର ସିଏ l
ସବୁଠୁ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଟିଏ
ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀ ଘାଟର
ବାଜି ରାଉତ ନାଉରୀଆ ସିଏ l
ଇଂରେଜ ମାନଙ୍କୁ ନଦୀପାରି
କରେଇ ନଦେଲା ସିଏ l
ଫିରିଙ୍ଗି ଗୁଳି ଖାଇ ସହିଦ
ହୋଇଥିଲା ଯିଏ l
ମା ମାଟି ମା ପାଇଁ ଜୀବନ ଦେଲା ସିଏ
ଗର୍ବ ଗୌରବ ଆମ ମାଟିର ସିଏ l
ତାଙ୍କ ପରି ଆମେ ବୀରପୁତ୍ର
ହୋଇବା ସଭିଏଁ
ଦେଶ ପାଇଁ ସ୍ୱାଧୀନତା ସଂଗ୍ରାମୀ
ହେବା ସଭିଏଁ l
ଆମ ପରି ଥିଲା ଛୋଟ ପିଲାଟିଏ
ସତ୍ୟଭାମାପୁର ମାଟିର
ଗର୍ବ ଗୌରବ ସିଏ l
ବୁଦ୍ଧିରେ ତାର ସରି କିଏ
ଗାଁ ପିଲାଙ୍କୁ ଏକାଠି କରିଲା ସିଏ l
ମାଟି, ଗୋଡି, ବାଲି ପକେଇ
ଗାଁ ରାସ୍ତା ସମତୁଲ କରିଥିଲା ଯିଏ l
ବଡ ହେଲା ଦିନେ ସିଏ ଦେଶ ପାଇଁ
ଭଲ କାମକରି ମଧୁ ବାରିଷ୍ଟର
ବୋଲାଇଲା ସିଏ l
ପ୍ରଥମ ଶିକ୍ଷିତ ଓଡ଼ିଆ ପୁଅ ସିଏ
ତାଙ୍କ ପରି ହୋଇବ କିଏ l
ଓଡ଼ିଆ ଭାଷାର ପ୍ରଚାର ନେଇ
ସମ୍ମିଳନୀ ଡକାଇଥିଲେ ସିଏ l
ଛବିଳ ମଧୁ ବର୍ଣ୍ଣବୋଧର ରଚୟିତା ସିଏ l
ତାକୁ ପଢିବ ଯିଏ ଭଲ ମଣିଷ ହୋଇବ ସିଏ l
ଗର୍ବ ଗୌରବ ଆମ ଉତ୍କଳ ମାଟିର ସିଏ
ତାଙ୍କପରି ଆମେ ହେବା ସଭିଏଁ l
ଉତ୍କଳ ମାଟିର ଓଡ଼ିଆ ଜାତିର ଯଶ
ରଖିବାରେ ଆମେ ସଭିଏଁ l
