STORYMIRROR

Kshyama sagar Prusty

Inspirational Children

3  

Kshyama sagar Prusty

Inspirational Children

କରୋନା ତୁ କେଡେ ନିଷ୍ଠୁର

କରୋନା ତୁ କେଡେ ନିଷ୍ଠୁର

1 min
208


ଉଜାଡି ଦେଲୁ ସୁନାର ସଂସାର 

ସୁଖ ନେଲୁ ଛଡେଇ ସୁଖୀ ପରିବାରର

ଭରିଦେଲୁ ଦୁଃଖର ସାଗର ଜୀବନେ ତାଙ୍କର l

ଦୁଃଖ ସାଗରରେ ଭସେଇଦେଲୁ

ଉଜ୍ଜ୍ୱଳ ଭବିଷ୍ୟତ ଦୁହିଁଙ୍କର

ଦୁଇଟି ସରଳ ନିରୀହ ନିଷ୍ପାପ

କୋମଳ ଶିଶୁ ସନ୍ତାନଙ୍କର ll

କରୋନା ତୁ କେଡେ ନିଷ୍ଠୁର..?

ଛଡେଇ ନେଲୁ ବାପା, ମା ତାଙ୍କର l

ଆଠବର୍ଷର ଝିଅ କ୍ରିଷ୍ଣା କୁନି ଭାଇ ତାର ଦେଢ଼ ମାସର ll

ଯିଏ ସ୍ୱପ୍ନ ଦେଖିଥିଲା ବଡ ହେଇ ହେବ ବଡ ଡାକ୍ତର

ସେବା କରିବ ନିରାଶ୍ରୟ ଅସହାୟ ରୋଗୀଙ୍କର 

ସୁନ୍ଦର ଜୀବନ ଜିଇଁବ ସମାଜ ସେବାର l

ଆଜି ତା କାନ୍ଧରେ ତା କୁନି ଭାଇ ସ୍ୱପ୍ନର ଭାର ll

କେମିତି ଜିଇଁବ ଅସହାୟ ଜୀବନତାର

ତା କୁନି କାନ୍ଧରେ ଏତେବଡ ଜୀବନ ଭାର 

କରୋନା ତୁ କେଡେ ନିଷ୍ଠୁର..?

ଯିଏ ଜାଣିନି ମମତା କଣ ମାଆର

ପାଇନି ବାପାଙ୍କ ସ୍ନେହ ଆଦର l

ସିଏ ଆଜି ସାଜିଛି ବାପା ମାଆ

ତା କୁନି ଭାଇର ll

ଛଡେଇ ନେଲୁ ସବୁ ସୁଖ ଅସହାୟ

ନିରୀହ ନିଷ୍ପାପ ଦୁଇ ଶିଶୁଙ୍କର l

ଅନ୍ଧକାର ଭରିଦେଲୁ ଜୀବନେ ଦୁହିଁଙ୍କର ll

କରୋନା ତୁ କେଡେ ନିଷ୍ଠୁର..?

କରୋନା ତୁ କେଡେ ନିଷ୍ଠୁର..?

ସାହା ହୁଅ କଳା ଠାକୁର

ଶକ୍ତି ଦିଅ କୁନି ହାତରେ ତାର 

ପୂର୍ଣ୍ଣହେଉ ସବୁ ମନସ୍କାମନା ତାର l

ଗଢ଼ିତୋଳୁ ଉଜ୍ଜ୍ୱଳ ଭବିଷ୍ୟତ ତା କୁନି ଭାଇର

ଗଢିତୋଳୁ ଉଜ୍ଜ୍ୱଳ ଭବିଷ୍ୟତ ତା କୁନି ଭାଇର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational