STORYMIRROR

Kshyama sagar Prusty

Children

3  

Kshyama sagar Prusty

Children

ପାଠରେ ଦିଅ ମନ

ପାଠରେ ଦିଅ ମନ

1 min
204

ଶୁଣ ଛାତ୍ର ଛାତ୍ରୀ ଗଣ

ଜ୍ଞାନ ହୋଇବ ଦୁଇଗୁଣ 

ଦୃଢ଼ କର ଇଚ୍ଛା ଶକ୍ତି

ବଢିବ ଯଶ କୀର୍ତ୍ତି

ମିଳିବ ମାନ ସମ୍ମାନ

ପାଠରେ ଦିଅ ମନ..l

କେବେ ହେବ ତୁମେ ସୁସାହିତ୍ୟିକ

କେବେ ହେବ ତୁମେ ଔପନ୍ୟାସିକ

କେବେ ହେବ ତୁମେ ଗାଳ୍ପିକ

କେବେ ହେବ ତୁମେ ଲେଖକ

କେବେ ହେବ ପୁଣି ବୀର ସୈନିକ

ରଖିବ ମାଟି ମାଆର ଟେକ..l

କେବେ ହେବ ତୁମେ ଗବେଷକ

କେବେ ହେବ ତୁମେ ବୈଜ୍ଞାନିକ

କେବେ ହେବ ପୁଣି ଶିକ୍ଷକ

ଉଜ୍ଜ୍ୱଳ ଭବିଷ୍ୟତ ଗଢି ତୋଳିବ

ଶ୍ରେଷ୍ଠ ଛାତ୍ର ଛାତ୍ରୀଙ୍କ..l

ଶୁଣ ଛାତ୍ର ଛାତ୍ରୀ ଗଣ 

ଜୀବନେ ନ ଆସିବ ବାଧା ବିଘ୍ନ

ମିଳିବ ଦିବ୍ୟଜ୍ଞାନ

ପାଠରେ ଦିଅ ମନ..

ପାଠରେ ଦିଅ ମନ.. I



Rate this content
Log in

Similar oriya poem from Children