STORYMIRROR

sushama Parija

Abstract Romance

4  

sushama Parija

Abstract Romance

ସ୍ମୃତିର ଝରକାରେ ତୁମେ

ସ୍ମୃତିର ଝରକାରେ ତୁମେ

1 min
245


କେବେ ଦିନେ ଥିଲି ତୁମ ଆକାଶର     

ଉଜ୍ବଳ ଧୃବତାରା

ଆଜି ସେ ଆକାଶେ ପାଲଟିଛି ମୁଁ ଯେ     

ଡହଡହ ଝାଞ୍ଜି ଖରା।। 

କେବେ ଥିଲି ମୁଁ ତୁମ ବଗିଚାର 

ସବୁଠୁ ସୁନ୍ଦର ଫୁଲ

ହଜିଛି ସେଦିନ ଭାଙ୍ଗିଛି ସପନ 

ନାହିଁ କିଛି ମୋର ମୂଲ ।। 

ସାଗର କୂଳରେ ନିର୍ଜନ ବେଳାରେ 

ଥିଲା ଯେଉଁ ପାଦ ଚିହ୍ନ 

ସମୟର ସ୍ରୋତ ଭସାଇ ନେଇଛି 

ନାହିଁ ତା’ର ଚିହ୍ନ ବର୍ଣ୍ଣ ।। 

ମୁହଁ ଦେଖି ମୋର ବୁଝି ନେଉଥିଲ 

ମରମ ତଳର କଥା 

ମୋ ଆଖିର ଲୁହ ହୃଦୟରେ ତୁମ 

ଭରି ଦେଉଥିଲା ବ୍ୟଥା।। 

ଦୁଇଟି ଶରୀରେ ଏକ ହୃଦ ଥିଲା 

ଏକ ଥିଲା ମନ ପ୍ରାଣ 

କେମିତି ଭୁଲିଲ କହି ଥିଲ ପରା 

ଦୁହେଁ ଏକ ଓ ଅଭିନ୍ନ ।। 

ଆଜି ଶୁଭୁଅଛି ତୁମ ହୃଦୟରୁ  

ଆଉ କାହା ବଂଶୀସ୍ୱନ

ବିଭୋରିତ ତୁମେ ଆଉ କାହା ପ୍ରେମେ 

ଯା’ ସାଥେ ବିତାଅ ଦିନ ।।

ପାଶୋରିଲ ବନ୍ଧୁ ମୋ ଜୀବନ ବିନ୍ଦୁ 

ସତ୍ୟ ଏକ ଚିରନ୍ତନ

କ୍ଷଣଭଙ୍ଗୁର ଏ ସଂସାର ଟା ସାରା

କେହି ନୁହେଁ ଚିରଦିନ ।। 

ଯଶ ଗଉରବ ରୂପ ସଉରଭ  

ଧନ ଅବା ଯଉବନ 

ସମୟ ସ୍ରୋତରେ ହଜି ଯିବ ସବୁ 

କାଳଗର୍ଭେ ହେବ ଲୀନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract