STORYMIRROR

sushama Parija

Abstract Inspirational

4  

sushama Parija

Abstract Inspirational

ପୁଣ୍ୟଭୂମି ମୋ’ ଭାରତ

ପୁଣ୍ୟଭୂମି ମୋ’ ଭାରତ

1 min
291


ଆର୍ଯ୍ୟ ଭୂମି ଦେବଭୂମି ପୁଣ୍ୟ ଭୂମି ମୋ’ ଭାରତ

ପୁଣ୍ୟତୋୟା ପୁଣ୍ୟକାୟା ମହନୀୟା ମୋ’ ଭାରତ।।

ହିମାଳୟ ଯା’ର ଶିର ର ମୁକୁଟ

ଚରଣ ପଖାଳେ ଯା’ ଦକ୍ଷିଣ ତଟ

ପୂର୍ବରେ ଧାବିତ ହିମାଦ୍ରୀତନୟା

ନିର୍ମଳ କରି ତା’ର କ୍ଷେତ୍ର ।।

ପଶ୍ଚିମ ଘାଟର ପରବତ ମାଳା 

ସାଜିଛି ଯା’ର କଟିର ମେଖଳା

ଗଙ୍ଗା ଗୋଦାବରୀ ନର୍ମଦା କାବେରୀ

ଗାଏ ସଦା ଯା’ର ଜୟ ଗୀତ ।।

ଯେ ଦେଶର ପୁଅ ଗାନ୍ଧି ଜବାହର

ଭଗତସିଂ ସୁବାସ ପଟେଲ ସର୍ଦ୍ଦାର

ଅହିଂସାରେ ଜିଣି ସ୍ୱାଧୀନତା ରଣ

ରଖି ଗଲେ ଏଇ ଦେଶର ମହତ ।।

ବିଶ୍ବେ ଶ୍ରେଷ୍ଠ ଆମ ସନାତନ ଧର୍ମ 

ସାହିତ୍ୟ ସଙ୍ଗୀତ କଳା ଅନୁପମ

ପ୍ରଜ୍ଞା ଶାନ୍ତି ମୈତ୍ରୀ ଦୟା କ୍ଷମା ଗୁଣ

ଆଜି ଯାହାର ବିଶ୍ୱ ବିଖ୍ୟାତ ।।

ଜାଗ୍ରତ ପ୍ରହରୀ ଆମେ ଯେ ତାହାର

ଝୁଙ୍କାଇ ଦେବୁନି କେଭେଁ ତା’ର ଶୀର

ତା’ପାଇଁ ଉତ୍ସର୍ଗ ଜୀବନ ଆମର 

ବୁହାଇବୁ ପଛେ ନିଜ ଶୋଣିତ ।।

ଧନ୍ୟ ମୁଁ ଯେ ଜନ୍ମି ସେ ମାଟି କୋଳରେ

ବଢିଛି ତାହାର ଛାୟା ଶୀତଳରେ

ଫରଫର ଉଡୁ ମୋ’ ଦେଶ ତ୍ରିରଙ୍ଗା

ତା’ ଚରଣେ ସଦା ମୋ’ ମଥାନତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract