STORYMIRROR

sushama Parija

Comedy

4  

sushama Parija

Comedy

ଅଜା ଆଈ ଯାଇଥିଲେ ବୁଲି

ଅଜା ଆଈ ଯାଇଥିଲେ ବୁଲି

2 mins
300


ଅଜା ଆଉ ଆଈ ଦୁହେଁ ଥରେ,

କଲିକତା ବୁଲି ବାହାରିଲେ

 ବୁଢାବୁଢୀ ହେଲୁ ଏଯାଏଁ ଦେଖିନୁ,

ଆଉ କି ଦେଖିବୁ ଜୀବ ଗଲେ।। 

ସାନମାମୁଁ ଆମ ଖୁସି ହୋଇ,

ଉଡାଜାହାଜେ ଟିକଟ କାଟିଦେଇ 

ଚାଲ ଦି’ଜଣଙ୍କୁ ନେଇଯିବି କହି,

ସଜ କରି ଗଲେ ସାଥେ ନେଇ।। 

ବିମାନ ବନ୍ଦର ଏତେ ବଡ,

ପ୍ରବଳ ବି ସେଠି ଲୋକ ଭିଡ

 ଗଣ୍ଡାଏ ଜାହାଜ ଧାଡି ଲାଗିଛନ୍ତି ,

ଦେଖି ଅଜା ଆଈ ହଡବଡ ।। 

ପରିଚାରିକା ବି ହଳହଳ ,

 ରଙ୍ଗେ ଇଂରାଜୀ କୁହନ୍ତି ଅନର୍ଗଳ 

ବେଶଭୂଷା ତାଙ୍କ ଦେଖି ଦେଇ ,

ଆଈ ପାଦ ହେଲା ଟଳମଳ।।

 ଟିକଟ କୁ ଦେଖି ଜଗୁଆଳୀ ,

ଯାଞ୍ଚ ପରେ ଧୀରେ ଦିଏ ଛାଡି

 ଉଡନ୍ତା ଘରେ ବସିକି ଉଡିଲେ ,

ତିନିତାଲା କୋଠା ପାରକରି।।

 ଶୂନ୍ୟ ରୁ ଆସିଲା ଶୂନ୍ୟ ଶିଡି ,

ଅଜା ଆଈ ତା’ ଉପରେ ଚଢି 

ସିଧା ପହଞ୍ଚିଲେ ଜାହାଜ ଭିତରେ ,

ଆପଣା ସିଟ୍ କୁ ଗଲେ ଭିଡି।।

 ଜାହାଜ ଉଠିଲା ଆକାଶ କୁ ,

କାନ ଝାଇଁ ଛାତି ଦୁକୁଦୁକୁ 

ସିଟ୍ ବେଲ୍ଟ ଭିଡି ଅଜାଆଈ ଦୁହେଁ, 

ଅନାଅନି ହେଲେ ୟାକୁ ତା’କୁ ।।

 ଅଧଘଣ୍ଟା ପରେ ମାମୁଁ ଆସି ,

କହିଲେ ଆଈଙ୍କୁ ହୋଇ ଖୁସି 

ପହଞ୍ଚିଗଲୁଣି କଲିକତା ରେ ତୁ ,

ଆଖି ବୁଜି କିଆଁ ଅଛୁ ବସି ।। 

ଓହ୍ଲାଇ ଆସିଲେ ଜାହାଜ ରୁ 

କଲିକତା ଦିଶେ ଦୂରୁ ଦୂରୁ 

ବାକ୍ସ ଓ ମଣିଷ ଯନ୍ତ୍ର ଶିଡି ଚଢି ,

ଚାଲୁଛନ୍ତି କେତେ ସୁରୁଖୁରୁ ।। 

ଭଡାଗାଡି କରି ମାମୁଁ ନେଲେ, 

ସାରା କଲିକତା ବୁଲେଇଲେ 

ହାବଡାପୋଲରୁ କାଳୀବାଡି ପୁଣି

 ବଡବଜାର ବି ଦେଖାଇଲେ ।।

 ଭିକ୍ଟୋରିୟା ରାଣୀ ଉଆସରେ, 

କେତେ କେତେ ସ୍ମୃତି ସାଇତା ରେ 

ତୋପକମାଣରୁ ଗୁଳିଗୋଳା ପୁଣି

 ତୈଳଚିତ୍ର କେତେ ପରକାରେ ।। 

ଦେଖି ଅଜା ଆଈ ହେଲେ ତୋଷ,

କଲିକତା ବୁଲା ହେଲା ଶେଷ 

ଘରକୁ ଫେରିବା ପାଇଁ ହେଲେ ଯାଇ

 ବିମାନ ବନ୍ଦରେ ପରବେଶ।। 

ଜାହାଜ ଉଡାଣ ବିଳମ୍ବିତ , 

ଜାଣି ମାମୁଁଙ୍କର ଉଡେ ହୋଶ 

ଭୋକ ହେଉଥିଲା ଅଜାଙ୍କୁ ବହୁତ ,

ଭୋଜନ ପାଇଁକି କଲେ ଆଶ ।।

 ଚାହା ଜଳଖିଆ ଦୋକାନ ଟେ 

ଥିଲା ସେଠି ଗୋଟେ କୋଣ ପଟେ

 ଭେଲପୁରୀ ଲେଖା ଦେଖିଦେଇ ଅଜା 

କରିଦେଲେ ତାହା ବରାଦ ଟେ।।

 ଅଧ ଘଣ୍ଟା ପରେ ପିଲାଟିଏ 

ଆଣି ଅଜାଙ୍କୁ ଦେଇଗଲା ପ୍ଲେଟ୍ ଟିଏ

 ତା’ ସାଜସଜା ଖୁବ୍ ଭଲ ହୋଇଥିଲା

ଦେଖି ଅଜା ହେଲେ ଖୁସି ଟାଏ।।

 ଉପରୁ ଜରିଟା ଦେଲେ ଚିରି, 

ବିଲାତି,କାକୁଡି ତଳେ ଥିଲା ଆମ ମୁଢି, 

ସେଉ,ପିଆଜ, ମଟର ବାଦାମ ଭରି,  ଭେଲପୁରୀ

ତା’କୁ ଦେଖି ଆଈ ହସେ କିରି କିରି।। 

ଅଜା ଖାଇଲେ ମୁହଁକୁ ଆମ୍ବିଳା କରି,

 ଦାନ୍ତ ଭାଙ୍ଗି ଯିବ ବୋଲି ତା’କୁ ଡରି, 

ଏଠି ୟା’କୁ ହିଁ କୁହନ୍ତି ଭେଲ ପୁରୀ

 ବୋଲି ମୁଁ କି ସେକଥା ଜାଣିଥିଲି ??

ଅଜା କହନ୍ତି ଆଈଙ୍କୁ ଥିରି ଥିରି, 

ମାମୁଁ ହସୁଥିଲେ ତଳକୁ ମୁହଁ କରି

 ମଜାରେ ଅଜାଙ୍କୁ ମଫସଲି କହି ,

ଆଈ ହସୁଥିଲେ ମୁହଁରେ କାନି ଧରି।। 

ଲାଜେ କହିଲେ ଅଜା ସେ କଥା ଛାଡ, 

ଦେଖ କଲିକତିଆଙ୍କ ତୋଡମାଡ 

ମସଲାମୁଢିକୁ ଭେଲପୁରୀ କହି 

ଶହେ ଟଙ୍କା ମୋ’ଠୁ ଗଣିନେଲେ ଖଡଖଡ ।।

 ଜାହାଜ ଉଡାଣ ବେଳ ହେଲା, 

ଘନ ଘନ ଡାକବାଜି ଯନ୍ତ୍ର ଗରଜିଲା ,

ମାମୁଁ ,ଅଜା ଆଈ ଆସି ଜାହାଜରେ ବସିଲେ 

ସେଇଠୁ ଜାହାଜ ଆକାଶେ ଉଡିଗଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy