STORYMIRROR

sushama Parija

Inspirational

3  

sushama Parija

Inspirational

ହାଟବାହୁଡା

ହାଟବାହୁଡା

1 min
283


ହାଟ ସଉଦା ତ କେବେଠୁ ସରିଛି 

 ଏବେ ଖାଲି ବାହୁଡି ଯିବାର ବେଳ, 

ଆଉ ପଛକୁ ଫେରି ଚାହଁ ନାହିଁ,

 ସବୁ ଛାଡି ଯିବାକୁ ହେବ ସହଳ ।। 


ଟିକିଏ ମୁହଁ ବୁଲେଇଲେ ତ 

ମୋହ ତୁମକୁ ଟାଣି ଧରିବ ସହସ୍ର ବାହୁ ହୋଇ ,

କେବେ ସଂସାର ତ କେବେ ସଂପଦ

 କେବେ ଆଉ କିଛିର ଲୋଭ ଦେଖାଇ ।। 


ଫେରି ଯିବା ଟା ତ ନିଶ୍ଚିତ, ନିଧାର୍ଯ୍ୟ,

 ପଡିଥାଉ ନା’ ଯାହା ଯେମିତି ଅଛି 

ଯୋଉଠି ଅଛି, ସେହି ଅବସ୍ଥା ରେ, 

ଦେହ ଛାଡିଗଲେ କିଏ କାହାର ? ?


 କିଏ ବସି କରୁଥିବ ହିସାବ ନିକାଶ , 

କ’ଣ ଟା କରିଗଲା କି?

 ଏଇଟା ତ ତା’ର କର୍ତ୍ତବ୍ୟ ଥିଲା ,

ଆଉ ଅଧିକ କ’ଣ ଟା' କଲା ? 


ନା' ରାଜଧାନୀରେ କୋଠା ବାଡି,

ନା' କୌଣସି ଆଖିଦୃଶିଆ ବ୍ୟାଙ୍କ୍ ବାଲାନ୍ସ ,

କିଛି ରଖି ଯାଇନାହିଁ ଆମ ଲାଗି ।। 


ଆଉ କିଏ ଜଣେ ହିସାବ କରୁଥିବ,

 ଖୁବ୍ ଟାଣ କଥା କହୁଥିଲା ସିଏ , 

ଖୁବ୍ ଶାସନ ଭିତରେ ରଖିଥିଲା 

ଓଃ , ମଣିଷ ଏବେ ନିସ୍ତାର ପାଇଲା ।।


 ଅବା ଆଉ ଜଣେ କିଏ ଖୋଜୁଥିବ

 ଆଲମୀରାରେ ଲୁଗାପଟା ଅଣ୍ଡାଳି

 ଅନ୍ୟ କାହା ଦୃଷ୍ଟି ପଡିବା ଆଗରୁ  

କୋଉଠି ଲୁଚାଇ ରଖିଛି କି ଗୁପ୍ତଧନ ।।


 ଆଉ କେହି ହିସାବ ଯୋଡୁଥିବ 

କ୍ରିୟା କର୍ମରେ ଖର୍ଚ୍ଚ ହେବ କେତେ? 

ସେଥିପାଇଁ ତୁ କେତେ ଦେବୁ ?

 ଆଉ ମୁଁ କେତେ ଦେବି ?? 


ଜମି ଜମାର ଭାଗ ଛିଡୁ ନଥିବ,

 ତୋ’ର ମୋରର କଟୁରୀରେ ଢିଲା ହୋଇ ଯାଉଥିବ 

ଧୀରେ ଧୀରେ ସ୍ନେହସିକ୍ତ ସମ୍ପର୍କର ମଜବୁତ୍ ଗଣ୍ଠି ।। 

ନଶ୍ୱର ଶରୀର ଛାଡି ଘୁରୁଥିବ ଆତ୍ମା 


ଡହକବିକଳ ହୋଇ ଆଉଣ୍ଡି ହେଉଥିବ 

କାହିଁକି ଆସିଥିଲି, କାହିଁକି ଫେରିଗଲି ?

 ମହାକାଳ ରହସ୍ୟମୟ ହସଟେ ହସୁଥିବ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational