STORYMIRROR

sushama Parija

Romance

3  

sushama Parija

Romance

ଥରୁଟିଏ ଆସନ୍ତ କି !

ଥରୁଟିଏ ଆସନ୍ତ କି !

1 min
251


ଥରୁଟିଏ ଆସନ୍ତକି ! 

ଦେଖି ଯାଆନ୍ତ କେମିତି କଟୁଛି ଜୀବନ 

ଆମ ଗାଆଁରେ ଆଜି ତୁମ ବିନା ।। 

ବସନ୍ତରେ କୋଇଲି ବି ଗାଉନି 

ଆମ ଗାଆଁ ଆମ୍ବ ତୋଟା ବଉଳ ମେଳାରେ ,

 ଆକାଶରେ ବଉଦମାଳକୁ ଦେଖି 

ଆମ ଘର ଅଗଣାକୁ ଆସୁଥିବା ମୟୁରୀଟି ମଧ୍ୟ

 ପୁଚ୍ଛ ମେଲାଇ ନାଚିବାକୁ ଭୁଲିଗଲାଣି , 

ଚାନ୍ଦ ଗାଇର କଅଁଳା ବାଛୁରୀଟା 

ଏବେ ଆଉ ଆନମନା ହେଉନି 

ଦୂରରୁ ଭାସି ଆସୁଥିବା ଗାଈଆଳ ଟୋକାର 

ସେଇ ସୁମଧୁର ବଂଶୀ ସୁର ଶୁଣି, 

ଖରାଦିନେ ସଞ୍ଜ ବେଳେ ଧୀରେ ପବନରେ 

ସଜେଇ ହେଉନି ଆମ ବାରିପଟ ଫୁଲେଇ ମଲ୍ଲୀଗଛଟା

 ଡାଲା ଡାଲା ଫୁଲର ଗହଣାରେ, 

ପୁନିଅଁ ଜହ୍ନକୁ ଦେଖି ହସୁନି ବି ନୀଳକଇଁ 

ଆମ ଗାଆଁର ବେଣ୍ଟ ପୋଖରୀରେ , 

ଆମ ଅଳସୀ ନଦୀଟା ବି କଡ ଲେଉଟାଇ 

ଶୋଇ ଯାଇଛି କୁଳୁକୁଳୁ ସଂଗୀତ ନଗାଇ।।

 ସବୁ ଯେମିତି ଶୂନ୍ ଶାନ୍, ନିର୍ବାକ୍ , ନିସ୍ପନ୍ଦ .. 

ଠିକ୍ ମୋ’ର ଭଙ୍ଗିଯାଇଥିବା ମନ ଭଳି କାହିଁକି ନା ,

ଏବେ ତୁମ ଆଉ ମୋ ଭିତରେ 

ସୃଷ୍ଟି ହୋଇଛି ବିରାଟ ଏକ ଶୂନ୍ୟସ୍ଥାନ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance