STORYMIRROR

Bidyadhar Mantry

Abstract Romance Others

4  

Bidyadhar Mantry

Abstract Romance Others

ଅଲଗା ମିଳନ

ଅଲଗା ମିଳନ

1 min
219

  


ଆମେ ଅଲଗା ଅଲଗା

ଆମ ଭିତରେ ଦୂରତା

ପରଷ୍ପର ଠୁ ଦୂରରେ,ବର୍ତ୍ତମାନ

ଭାଗ୍ୟ ସମ୍ମୁଖରେ ଅସହାୟ

ଉପାୟ ବି ନାହିଁ।


ଦିନେ ନା ଦିନେ ଆମ ପ୍ରତି କୃପା ହେବ

ଭାଗ୍ୟ ହେଉ ବା ବିଧାତା ଆଶୀର୍ବାଦ ରେ

ଦୂରତା କମିଯିବ

ମିଳନ ର ଆଶା ଉଜ୍ଜୀବିତ ହେବ

ଆମେ ମିଳନ ର କାହାଣୀ ଲେଖିବା।


ଯେବେ ବା ଆସିବ

ନିକଟତର ହେବା ପରସ୍ପରକୁ

ମୁଣ୍ଡ ଗୁଞ୍ଜିବା କୁ ଭାବନା ଜଡ଼ିତ

ତୁମ ବକ୍ଷ ରେ ଆଶ୍ରୟ ନିହାତି କାମ୍ୟ

ଏହି ସ୍ୱପ୍ନର ଭାବନା କୁ ବାସ୍ତବ ର ରୁପ ଦେବ।


ହେ ପ୍ରିୟେ,ଯେବେ ବା ଆସିବ

ନିଦ୍ରାଗତ ଥିଲେ,

ମୁଣ୍ଡ ଆଉଁସି ଜାଗ୍ରତ କରାଇବ

ତୁମର ଦୃଷ୍ଟିକୋଣ ହିଁ ମୋର ଆଶ୍ରୟ ସ୍ଥଳ।


ଏବେ ଅଛୁ ଅଲଗା ଅଲଗା

ଯେବେ ବି ନିକଟତର ହେବ

ମିଳନ ହେବ ହିଁ ହେବ

କାହାଣୀ ବି ଲେଖାହେବ,ସେଇ ମିଳନ ର

ଭାଗ୍ୟ ସହାୟକ ହେବା ସହିତ

ତୁମର ଦୃଷ୍ଟିକୋଣ ବି ସୁରକ୍ଷିତ ହେବ

ଆଉ ଅଲଗା ନାହିଁ,ମିଳନ ର ବେଳା ଉପସ୍ଥିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract