Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Inspirational

4  

Satyanarayan Sahoo

Romance Classics Inspirational

ଇନ୍ଦ୍ର ଧନୁ

ଇନ୍ଦ୍ର ଧନୁ

1 min
254



ରଙ୍ଗରେ ରଙ୍ଗୀନ ହୋଇ ସେ

ହରି ନିଅଇ ମନ

ବର୍ଷା ଛାଡି ଗଲେ ଆକାଶେ

ପରକାଶେ ଲାବଣ୍ୟ ।


କମନୀୟ ଚମତ୍କାର ରେ

ଅବସ୍ଥିତ ସେ ନଭେ

ବର୍ଣ୍ଣ ର ରୋଷଣୀ ଟାଣି କି

ଅପରୂପ ସେ ଶୋଭେ ।


ଇନ୍ଦ୍ର ଧନୁ ଶୋଭା ଦିଶଇ

ସାତ ରଙ୍ଗ ରେ ତୋରା

କେଡେ ଚମତ୍କାର ତାହାର

ରଙ୍ଗାୟିତ ସେ ଧାରା ।


ବନେ ଉପବନେ ବିଲରେ

ଅବା କେଦ।ରେ ଦେଖ

ବର୍ଣ୍ଣାଢ଼୍ୟ ସୁଷମା ଲହରୀ

ଶସ୍ୟ , ଫୁଲ ଓ ବୃକ୍ଷ ।


ନାନା ପ୍ରକାର ରେ ରଙ୍ଗରେ

ଦିଶେ କେଡେ ରଙ୍ଗୀନ

ଫୁଲ, ଫଳ, ଶସ୍ୟ ତୃଣ ଓ

ଗୁଲ୍ମ ବଳ୍ଳୀ ଉଦ୍ୟାନ ।


ଜଳ ସ୍ଥଳ ବନ ଗିରି ଓ

ଆକାଶ କି ସୁନ୍ଦର

ଦିଶେ ଆଲୋକ ରେ ରୁଚିର

ଆହା କି ମନୋହର ।


ଜାତୀୟ ପତାକା ଦିଶଇ

ତିନି ରଙ୍ଗରେ ଶୋଭା

ଆହା କି ରଙ୍ଗୀନ ଲଳିତ 

ଲାଗେ ସୁମନଲୋଭା ।


ଯେଣେ ଅନାଇବ ତହିଁରେ

ନାନା ସ୍ଥାନେ ରଙ୍ଗୀନ

ବର୍ଣ୍ଣାଢ଼୍ୟ ଉତ୍ସବ ସାଜ ରେ

ପ୍ରକୃତି ପରିପୂର୍ଣ୍ଣ ।


Rate this content
Log in

Similar oriya poem from Romance