STORYMIRROR

Bunee Tripathy

Romance Others

4  

Bunee Tripathy

Romance Others

ପ୍ରେମର ପ୍ରଶ୍ନ

ପ୍ରେମର ପ୍ରଶ୍ନ

1 min
289


ପ୍ରେମ ଏକ ଅନାବିଳ ବନ୍ଧୁତ୍ବ ନାମ

ଛଳନା,ପ୍ରତାରଣାର ନଥାଏ ତ ସ୍ଥାନ

ପାଇବା ହରାଇବାର ନଥାଏ ତ ପ୍ରଶ୍ନ

କେବଳ ଥାଏ ଖାଲି ବିଶ୍ବାସର ବନ୍ଧନ।


ପ୍ରେମ ନୁହେଁ ସୀମାବଦ୍ଧ ସିନ୍ଦୂର ଭିତରେ

ପ୍ରତିଶ୍ରୁତି ନେଇ ବଞ୍ଚେ ହୃଦୟ ଭିତରେ

ସନ୍ଦେହର ମାପକାଠି ନଥାଏ ସେଥିରେ

ପରଷ୍ପର ବନ୍ଧା ଯହିଁ ଗୋଟିଏ ସୂତାରେ।


ପ୍ରେମକୁ ନେଇ ପ୍ରଶ୍ନ କେବେ ଉଠାଅନି ମନେ

କେବେ ଯଦି ମନତଳେ ଉଙ୍କିମାରନ୍ତି ପ୍ରଶ୍ନ ମାନେ

ବୁଝାଇବାକୁ ଚେଷ୍ଟାକର ଅତିବ ଯତନେ

ଦୁଇ ମନ ଏକ ହୋଇ ସୃଷ୍ଟିକର ଅନନ୍ଯ ଜୀବନେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance