STORYMIRROR

Sarmistha Palai

Romance

4  

Sarmistha Palai

Romance

ତୁମ ପାଇଁ ମୋର କିଛି ପ୍ରଶ୍ନ ?

ତୁମ ପାଇଁ ମୋର କିଛି ପ୍ରଶ୍ନ ?

1 min
256

ଦେଇ ପାରିବ ମୋ ପ୍ରଶ୍ନର ଉତ୍ତର

ଦେଇ ପାରିବ ନା ଫେରାଇ ଦେଇ ପାରିବ କି??

ବିତି ଯାଇଥିବା ସେଇ ସ୍ମୃତି ଭିଜା ରାତି

ଅଭୁଲା କଥା ସେ ଆଖିର ନୀରବତା

ପିଆସି ମନର ବ୍ୟାକୁଳତା କୁ

ଫେରାଇ ଦେଇ ପାରିବ କି ?


ସେ ଫଗୁଣର ରଙ୍ଗ।ବସନ୍ତର କୋଇଲର ଗୁଣୁ ଗୁଣୁ

ଶୁଣି ଯେତେବେଳେ ଲାଜେଇ

ତୁମ କାନ୍ଧରେ ମୁହଁ ଗୁଞ୍ଜି ଦେଉଥିଲି

ବର୍ଷାର ଛିଟା ଦେହ ରେ ପଡିବା ଆଗରୁ

ଲମ୍ବି ଆସୁଥିବା ତୁମର ସେ ହାତ

ପୁଣି କଣ ମୋ ପାଇଁ ଆସିବାକି ?

ଫେରାଇ ଦେଇ ପାରିବକି

ସେଇ ପ୍ରୀତି ଭରା ପରସକୁ?


ପ୍ରଜାପତିକଧରିବା ପାଇଁ ଯେତେବେଳେ

ଧାଇଁ ଯାଉଥିଲିସେତେ ବେଳେ

ତୁମେ ମୋତେ ଧରି ଆଣି ଦେଉଥିଲ

କଣ ଏବେ ଆଣିକି ପୁଣି ଦେଇ ପାରିବକି

ନା ଭୁଲିଗଲ ସେ ଦିନ ଗୁଡା

ଯେତେ ସମୟ ତୁମ ସାଥିରେ ବିତି ଥିଲା

ସେ ସମୟକୁ ଫେରାଇ ଦେଇ ପାରିବକି

ଆରେ କୁହନା କୁହ

ଫେରାଇ ଦେଇ ପାରିବକି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance