STORYMIRROR

Abhakanta

Romance

3  

Abhakanta

Romance

ଯାଅନା ଶ୍ରାବଣ ଫେରି

ଯାଅନା ଶ୍ରାବଣ ଫେରି

1 min
13.4K


ଯାଅନା ଶ୍ରାବଣ ଫେରି

 

ଆଭାକାନ୍ତ ମହାନ୍ତି

 

ଯାଅନା ଶ୍ରାବଣ ଫେରି

              ଯାଅନା ଯାଅନା ଯାଅନା

ଗ୍ରୀଷମ ଶୁଖାଇଦେଲାଣି

ବଧୁଲି ଫଗୁଣ ଓଠରୁ

ବହୁଥିଲା ଯେଉଁ କୁଳୁକୁଳୁ ଛନ୍ଦେ

       ସେଦିନର ହସ ଝରଣା । ୦ ।

 

ମରମର ତାନ ତୁମ ମଧୁଗାନ

ଫିକିଫିକି ଛଟା ତୋଳେ ଶିହରଣ

ମନେ ଦେଖେ ହେଜି ପ୍ରିୟା ତନୁ ଭିଜି

ଉଛୁଳେ ଯୌବନ ବାସେ ଥିଲା ହଜି

ସଇଲା ଫଗୁଣ ମହକ

ଛାଇଲା ବୈଶାଖୀ ଡହକ

ଶ୍ରାବଣ ଗୋ ତୁମ ବାରିଝର

ଲେପିଲା ଚନ୍ଦନ ଦେହେ ମୋର

ତୁମକୁ ପାଇ ଗୋ ଫେରିଆସି ହେଲି

ତୁମରି ସ୍ମୃତିରେ ଆନମନା । ୧ ।

 

ଶ୍ରାବଣ ଫେରନା, ମୋ ମନେ ଭରନା

ବିସ୍ମୃତିର ଗୋଳା ତୀଖ ତଡ଼ପନା

ବାସ୍ତବ ହଜିଛି, ବିଲୟ ଭଜିଛି

ହସି ଆଢୁଆଳ ନେଇଛି ଗୋ ବାଛି

ଘୂରୁଛି ସ୍ମୃତିର ଅଙ୍ଗନେ

ତୁମରି ଆସିବା ଲଗନେ

ହୁଅନା ଶ୍ରାବଣ ନିଦାରୁଣ

ପରଶେ ଉତ୍ସାହ ତୁମେ ଆଣ

ତୁମେ ଚାଲିଗଲେ ବିରହେ ମରିବି

       ସହି କି ପାରିବ କୁହନା । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Romance