ବେସୁରା ଗୀତି-୭୪୯
ବେସୁରା ଗୀତି-୭୪୯
ବର୍ଷା ଗୋ କିଆଁ ନିର୍ମମ ହୋଇ
ଚାଲି ଯାଉ ଆଖି ଆଗୁ
ତୋ ବିହୁନେ ହଜେ ସବୁଜିମା ଶିରୀ
ହଜେ ହଜିବାର ଆଗୁ ॥
ବର୍ଷା ତୁ ପରା ପ୍ରେମ ଋତୁ ଟିଏ
ଆସୁ ଯେବେ ଥିରି ଥିରି
ବିରହୀ ପ୍ରାଣ ରେ ନିଆଁ ଲାଗିଯାଏ
ଖୋଜେ ସିଏ ମଧୁ ପୁରୀ ॥
ତୋ ପାଦ ର ଛନ୍ଦେ ବିରହିଣୀ ପ୍ରାଣ
ଗୁମୁରି ଗୁମୁରି କାନ୍ଦେ
ଦୂର ବିଦେଶରୁ ଆସିବ ତା ପ୍ରିୟ
ଜଗିଥାଏ ଦ୍ଵାରବନ୍ଧେ ॥
ବିରହୀ ପ୍ରେମିକ ସହି ପାରେନାହିଁ
ପ୍ରେମିକା ର ଅବହେଳା
ଆଖିର ଲୁହ କୁ ଆଖିରେ ମାରି ସେ
ଖୋଜୁଥାଏ ମଧୁଶାଳା ॥
ତଥାପି ଲୋ ବର୍ଷା ସଭିଙ୍କର ତୁହି
ଅଟୁ ଅତି ଆପଣାର
ଆଗମନେ ତୋର ଖୁସିର ଜୁଆର
ତୋ ବିହୁନେ ଲୁହ ଧାର ॥