STORYMIRROR

ABADHOOT PANDA

Romance

3  

ABADHOOT PANDA

Romance

ବର୍ଷାଭିଜା ଅର୍କ-ବେଳା ଭୂମି

ବର୍ଷାଭିଜା ଅର୍କ-ବେଳା ଭୂମି

2 mins
198

ବରଷାରେ ଭିଜି ଭିଜି ଦିନେ

ବୁଲୁଥିଲି କୋଣାର୍କର ମନ୍ଦିର

ବେଢ଼ାରେ ଦେଖି ଦେଖି ଭଗ୍ନ

ସ୍ଥାପତ୍ୟ ଚାରୁକଳାର ନମୁନା l


ଥିଲି ମୁହିଁ ଗଜରା ଯୌବନର

ପୂର୍ଣ୍ଣ ପ୍ରଭାବରେ, ତନୁ ମନେ

ଭରିଥିଲା ଅସଂଖ୍ୟ ଆକାଂକ୍ଷା

ଆଉ ଭବିଷ୍ୟତର କଳ୍ପନା l


ଶ୍ରାବଣୀ ଆକାଶର ଭାସମାନ

କଳାବାଦଲ ଗର୍ଭରେ ବିରାଜ

ମାନ ସୌଦାମିନୀ ଆଉ ବଜ୍ର 

ଧ୍ୱନି ଭରୁଥିଲା ମନେ ମୋର

ଅସୀମ ଭୟ ଓ ଆଶଙ୍କା l


ଅପରାହ୍ନର ରବିକର ଭେଦି

ସାମୟିକ ଘନ ବାରିଦକୁ

ପତିତ ହେଉଥିଲା ମନ୍ଦିର

ର ନଗ୍ନରତିରତ ପ୍ରତିମା

ଉପରେ ସତେ ଯେପରି

କରୁଥିଲା ମୋ ଯୁବା ଚିତ୍ତ

ଆକର୍ଷଣ, ଚାଖିବାକୁ ସ୍ୱାଦ

ମଦନର କରି ଆହ୍ୱାନ

ମୋର ପ୍ରେୟସୀ ପ୍ରିୟଙ୍କା l


ଆଦ୍ୟ ରାଜସେବା ପ୍ରାପ୍ତ 

ଥିଲି ମୁଁ ଯୁବକ ପୋଷଣ କରି

ମନେ ଉଚ୍ଚ ଅଭିଳାଷ ଆଉ

କରିଥିଲି ନିଜସ୍ୱ ପ୍ରେମିକା

ଚୟନ ବାନ୍ଧିବାକୁ ଭବିଷ୍ୟେ

ସୁସ୍ଥ ପ୍ରସ୍ତର ଘର ସଂସାର l


ବରଷା ଯାଇଥିଲା ଥମି

ମନ୍ମଥର ତାଡ଼ନା ଦେଉଥିଲା

ମତେ କରି ବିବ୍ରତ ଆହ୍ୱାନ

କରଣେ ଦୂରଭାଷେ ମୋ

ପ୍ରିୟଙ୍କାକୁ ରଚିବାକୁ କାମ

କେଳି ଚନ୍ଦ୍ରଭାଗା ବେଳା

ଭୂମେ ଆଉ ପ୍ରଶମିତ

କରଣେ ତୀବ୍ରବେଗ

ମାରର ଉନ୍ମାଦିତ ଭାର l


ତୁହାକୁ ତୁହା ବୃଷ୍ଟିପାତ

ଥିଲା ପ୍ରତିବନ୍ଧକ ମୋ

ମନୋରଥର ତଥାପି

ବ୍ୟାକୁଳତା କଲା ମତେ

ବାଧ୍ୟ ଡାକିବାକୁ ମୋ

ମାନସୀ ପ୍ରିୟଙ୍କାକୁ ଅର୍କ

କ୍ଷେତ୍ରର ବାଲୁକା

ଶଯ୍ୟାକୁ l

କରିଦେଲି ଅଙ୍ଗୁଳି ଚାଳନା

ହସ୍ତସ୍ପର୍ଶକାତର ଦୂରଭାଷ

ଉପରେ ଅବିଳମ୍ବେ

କହିଦେଲି ତାକୁ ଆସିବାକୁ l


ମାତ୍ର ସ୍ଥମ୍ଭିତ କଲା ମତେ

ତାର ପ୍ରତ୍ୟୁତ୍ତର ଗିର ନଲଙ୍ଘି

ଆର୍ଯ୍ୟପରମ୍ପରାଗତ ପ୍ରତୀକ

ରକ୍ଷଣଶୀଳ କୁମାରୀତ୍ୱ ଆଜି 

ଏକ ବିଂଶ ଶତାବ୍ଦୀର!!

ହେ 'ବିକାଶ ' ହେଇଗଲ

ତୁମେ କିଆଁ ଏତେ

ବେସରମ ଭୁଲିଗଲ ସବୁ

କିଛି ତୁମର ଚରିତ୍ର ଆଉ

ସାମାଜିକ ପ୍ରତିଷ୍ଠା ତୁମ

ପରିବାରର l


ଚାକିରୀ କରିଛ ନୁଆଁ ବାକି

ଅଛି ଢେର ଅନେକ ସୁଯୋଗ 

କରିବାକୁ ତନୁ ସ୍ପର୍ଶ ମୋର

ଉଜାଡ଼ି ମୋ କୁମାରୀତ୍ୱ ll

ଉଚ୍ଛନ୍ନ କିଆଁ ହେ ବାବୁ ବିକାଶ

ବିଳମ୍ବେ ଅଛିତ ଆନନ୍ଦ ସିଦ୍ଧିର,

କରିବସ ପ୍ରତୀକ୍ଷା ଧରି ଟିକେ

ଧୈର୍ଯ୍ୟ ଆଉ ମାତର ମାସ

ଦ୍ବୟ ଆମ ବାସର ରାତିକି

ପାଳି ବ୍ରହ୍ମଚର୍ଯ୍ୟ-ଦୃଢ଼-ପୁରୁଷତ୍ୱ l


ପ୍ରିୟଙ୍କାର ପ୍ରତ୍ୟାଖ୍ୟାନ ମୋ

ରତି ନିବେଦନର ଯଦିଓ ମୋ

ତାରୁଣ୍ୟର ତୀବ୍ରଭାବାବେଗ

ରେ ଦେଇଥିଲା ଆଘାତ ସେଇ

ଶ୍ରାବଣୀର ଝିପି ଝିପି ବର୍ଷା

ଆଉ କଳା ବାଦଲ ଆଚ୍ଛାଦିତ

ଗୋଧୂଳି ଲଗନେ l


ତଥାପି ପରିବର୍ତ୍ତିତ କଲା ମୋ

ଉଦ୍ଭଟ କଳ୍ପନା ଆର୍ଯ୍ୟଦେଶର 

ଶିଷ୍ଟାଚାର, ଦେଇ ଶୁଭ୍ରଚେତନା 

ପାଶବିକ ଉତ୍ତେଜନାପୁର୍ଣ

ଯୁବ ମାନସେ ଯଥା ଅମୃତ

ସନ୍ଧାନ ସେଇ ମୋର ପ୍ରେୟସୀ

ପ୍ରିୟଙ୍କା ଯାହାର ଚିତ୍ରଆଙ୍କି

ମୁହିଁ ମୋ ଚକ୍ଷୁପଟ୍ଟଳେ

ଚାଳନା କଲି ମୋର

ମୋଟର ସାଇକେଲ,

ପିନ୍ଧି ବର୍ଷାତି ପୋଷାକ ମୋ

ତୁମୁଳ ବୃଷ୍ଟିପାତର ତାଡ଼ନେ 

ଫେରିଆସିଥିଲି ସ୍ୱଗୃହେ

ସେଦିନ ଅତି ଶୁଦ୍ଧମନେ ଆଉ

ବିତାଇ ଥିଲି ସେଇ ବରଷା

ରାତିରେ ମୋ ମାତାପିତା ସାନ

ଭଉଣୀ ଭାଇଙ୍କ ଗ୍ରହଣେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance