STORYMIRROR

Bidyadhar Mantry

Romance Others

3  

Bidyadhar Mantry

Romance Others

ପୁରୁଣା ଚିଠି

ପୁରୁଣା ଚିଠି

2 mins
276


ମନରେ ଉତ୍କଣ୍ଠା ଥିଲା

ଚିଠି ଆସିବ, କିଛି ଜଣା ପଡିବ

ଦୂରରେ ଥାଇ କାମ କରୁଥିବା ପୁଅ

ଭଲ ମନ୍ଦ ଜାଣି ହେବ

ତା ଦେହ ଭଲ ଅଛି କି ନାହିଁ

ଭଲରେ ଅଛି ନା କିଛି ଅସୁବିଧା

ଚିଠି ଆସିଲେ ହିଁ ଜଣାପଡ଼ିବ


ପ୍ରେମିକା ର ମନ ଛନ ଛନ

ଖାଲି କୁତକୁତୁ, କେବେ ଚିଠି ଆସିବ

କହୁଥିଲା ନିତି ଚିଠି ଲେଖି ପଠେଇବ

ହେଲେ ଆସୁନି କାହିଁକି

ଯଦି ଆସିଥିବ, ଡାକବାଲାକୁ ଜଣା

ସେ ତ,ସବୁଦିନ ଆସୁଛି

ମନର କଥା ମନରେ ରହୁଛି

ଡାକବାଲା କୁ ଚାହିଁ ରହିଛି, ଚିଠି ଆସିବ !!


ଇଣ୍ଟରଭ୍ୟୁ ସରିଛି

ଭଲ ଥିଲା,ଉତ୍ତର ଠିକ୍ ଥିଲା

ଚିଠି ମାଧ୍ୟମ ରେ ନିଯୁକ୍ତି ପତ୍ର

ହେଲେ ଏତେ ଡେରି କାହିଁକି

ଠିକଣା ତ ଠିକ୍ ଥିଲା

ବୋଧେ ଡାକବାଲା ଭୂଲି ଯାଇଛି

ଆଜି ଆସୁ,ଥରେ ପଚାରିଦେବା

ଚିଠି ଗଲା କୁଆଡେ଼ !!


ସାହି ଝିଅଟା ଦେଖିଲେ ହସୁଛି

ପୁଣି ଫେରି ଫେରି ଦେଖୁଛି

ହେଲେ ଡର ଲାଗୁଛି,

କିଛି କହିବା,ପଚାରିବାକୁ

ଚିଠି ଲେଖିଲେ କେମିତି ହୁଅନ୍ତା

ତଥାପି ମନରେ ଡର 

ପୋଷ୍ଟ୍ ରେ ଦେଲେ ସଭିଏଁ ଜାଣିଦେବେ

ଦେଖିବା, କା ହାତରେ ପଠେଇବା !!!


ପାଖରେ ଥିବା ପଇସା ସରିଲାଣି

ଚିଠି ଲେଖିବାକୁ ହେବ

ଆଗକୁ ପିକନିକ୍ ଅଛି

ହଷ୍ଟେଲ ର ସବୁ ପିଲା ଯିବେ

ସମୟ ଅଛି, ଘର କୁ ଜଣେଇବାକୁ ହେବ

ସାଧା ଚିଠି, ନ ହେଲେ ଟେଲିଗ୍ରାମ ଚିଠି

ଅର୍ଜେଣ୍ଟ ଚିଠି, ଟେଲିଗ୍ରାମ୍

କିଛି ଅସୁବିଧା ବା ଅଘଟଣ ଭାବି

ପଇସା ସହିତ ବାପା ବି ଆସିଯିବେ !?


ଖରା ଦିନ କିପରି କଟିଲା 

ସାଙ୍ଗ ନିକଟକୁ ପତ୍ର ଲେଖ

ଗ୍ରୀଷ୍ମ ଋତୁ ରଚନା,ଏବେ ଖରାଦିନ ଛୁଟି

ଏ ସାହିତ୍ୟ ସାର୍ ଙ୍କୁ ବୋଧେ ଗରମ ଭଲ

ଲେଖିବାକୁ ହେବ, ସେଇଟା ପୁଣି ଖାତାରେ

ପଠେଇବାକୁ କହିଥିଲେ ଭଲ ହୁଅନ୍ତା

ଆମ୍ବ ଚୋରି, ପୋଖରୀ ଗାଧୁଆ ଓ ମାଛଧରା

ରାତିରେ କବାଡି ଖେଳ, ଦୁଷ୍ଟ ହେଲେ ମାଡ଼

ଏଣୁତେଣୁ ଲେଖି ,କାହାକୁ ନ ହେଲେ ବି

ଫୁଲେଇ ମାମୁଁ ଝିଅ ଠିକଣାରେ, ବେଶି ଫୁଲେଇ

ଇଂଲିଶ ମିଡ଼ିଅମ୍ ରେ ପଢୁଛି ତ !!!


ଚିଠି ଆଜି ବି ବଞ୍ଚିଛି, ଷ୍ଟାଇଲ୍ ଚେଞ୍ଜ୍

ଭାବ ଦିଆନିଆ ଚିଠି ମେସେଜ୍ ରେ,ନୀରବରେ

ମୁହଁ ଦେଖାଦେଖି ୱାଟସ୍ଆପ୍ କଲ୍ ରେ

ମନି ଅର୍ଡର୍ ଚିଠି ପେଟିଅମ୍, ଫୋନ୍ ପେ ରେ

ନିଯୁକ୍ତି ପତ୍ର ବି  ଜି ମେଲ୍, ମେସେଜ୍ ଆକାରେ

ପାଠ ପଢା ଚିଠି ଅନଲାଇନ୍ ରେ

ଚିଠି ଆଜି ହାତ ମୁଠାରେ


ଆଉ ମାଧୁର୍ଯ୍ୟ ନାହିଁ,ଚିଠି ପାଇବା ଶିହିରଣ

ଅପେକ୍ଷା ର ଅନ୍ତ୍, କିନ୍ତୁ ଉନ୍ମାଦନା ନାହିଁ

ପ୍ରେମିକା କୁ ଚିଠି ଲେଖା ଲୁଚି ଲୁଚି

ଚିଠି ପଢିବା ବି ଲୁଚି ଲୁଚି,ଏକୁଟିଆ

ପ୍ରଥମ ଚିଠି ଲେଖିବା ଓ ପାଇବା

ଗୋଡ ତଳେ ଲାଗୁ ନ ଥିଲା

ହଟାତ୍ କୁଣିଆ ପରି ଚିଠି, ଦେହ ଓ ମନ ଅଥୟ

ଚିଠି ଖୋଲି ପଢି ସାରିବା ପର୍ଯ୍ୟନ୍ତ

ଚିଠି ଲେଖିବାର ଭାଷା ବି ଅଲଗା ଅଲଗା

କେଉଁଠି ବେଦନା, ଛଳନା ଓ ନିର୍ଯାତନା କଥା

ପୁଣି ବିରହ,ଅଭାବ ଓ ପ୍ରତାରଣା ଗାଥା

ଅଭିନନ୍ଦନ ର ଚିଠି ବେଶି ଭଲ ଆଉ ମିଠା


କାହ୍ନା ର ଚିଠି ଥିଲା ବଇଁଶୀ ସୁରରେ

ରାଧା ର ଚିଠି ଥିଲା ଖୋଲାପଣିଆରେ

ମୀରା ର ଚିଠି ଥିଲା ଭାବ ଓ ଭାବରେ

ସେ ଚିଠିରେ ହୃଦୟ ନିହିତ, ଆତ୍ମା ସହିତ

ବିନା ଭାଷା ରେ ଲେଖାଥିଲା ଚିଠି

ବୁଝିଥିଲେ ଦେବା,ନେବା ଉଭୟ ପକ୍ଷ

ରୁକ୍ମିଣୀ ତ ସୁଗୃହିଣୀ, ଚିଠି ବି ଲେଖିଥିବେ??

ହେଲେ ଘର କଥା ,ଘର ଭିତରେ

ଲେଖି ପଢିଥିବେ, ନ ହେଲେ ପଢି ଲେଖିଥିବେ

ଏ ଭିତିରିଆ ଚିଠି, ଚିଠି ସେଇଠି ଥାଉ!!


ପୁରୁଣା ଚିଠି, କିନ୍ତୁ ହୃଦୟସ୍ପର୍ଶୀ

ମିଛ ଲେଖି ବାହାନା ହେଇଛି, ପ୍ରିୟା ଦେଖିବାକୁ

ପ୍ରେମିକାର ବାହୁ ବନ୍ଧନରେ

ଆଲିଙ୍ଗନ ଓ ଚୁମ୍ବନ ମିଳିଛି 

ସତ ଲେଖି ବାପା ପୁଅ କୁ ଦେଖିଛି

ଶେଷ ସମୟରେ,ଗଙ୍ଗା ପାଣି ନିର୍ମାଲ୍ୟ ପାଇଛି

ଚିଠି ଲେଖି ଦୋଷୀ କ୍ଷମା ବି ପାଇଛି

ଆଉ ସେ ପ୍ରେମିକ ପ୍ରବର

ପୁରୁଣା ଚିଠି କୁ ସାଇତି ରଖିଛି.....।।

 

           


Rate this content
Log in

Similar oriya poem from Romance