STORYMIRROR

Bijay Prusty

Romance Abstract Others

3  

Bijay Prusty

Romance Abstract Others

ବେସୁରା ଗୀତି-୭୨୬

ବେସୁରା ଗୀତି-୭୨୬

1 min
13.6K


ବର୍ଷା ତୁ ପରା କହିଥିଲୁ ଥରେ

ମୋ ଆଗେ ଆସିବୁ ନାହିଁ

କଣ୍ଟ ଦେଇଥିଲୁ ଗୋଟିଏ ବରଷ

ମୋ ପାଶେ ଆସିବା ପାଇଁ ॥

ଭୁଲିଗଲୁ ସବୁ କଥା କି ତୋହର

ଆସିଛୁ ତୁ ଅବେଳରେ

ଭିଜାଇ ଦେବାକୁ ଦେହକୁ ମୋହର

ତୋ ପୀରତି ବରଷାରେ ॥

ମୋ କଥାକୁ ମୁଁ ତ ଭୁଲିଯାଇ ନାହିଁ

ଖୋଜୁନି ତୋତେ ମୁଁ ଆଜି

ତୁ କିଆଁ ଭୁଲି କଥା କୁ ତୋହର

ଆସୁ ମୋତେ ଖୋଜି ଖୋଜି ॥

ଯଦି ଆସିଛୁ ତୁ ଆ ଲୋ ବରଷା

ଭିଜାଇ ଦେଏ ମୋ ଦେହ

ପୋଛିଦେ ତୋ ହାତେ ମୋ ଆଖିର ଲୁହ

ହଜୁ ହୃଦୟର କୋହ ॥

ଜୀବନ ନଈରେ ଆସିଯାଉ ବନ୍ୟା

ଢାଳିଦେ ତୋ ପ୍ରୀତି ବାରି

ହଜିଯାଉ ସବୁ ଜାତନା କଷଣ

ଦୁଃଖ ଦିନ ଯାଉ ସରି ॥


Rate this content
Log in

Similar oriya poem from Romance