STORYMIRROR

sushama Parija

Inspirational

3  

sushama Parija

Inspirational

ଆମେ ସବୁ ଟିକି କଳୀ

ଆମେ ସବୁ ଟିକି କଳୀ

1 min
170


ଆମେ ସବୁ ଟିକି କଳୀ

ଏ ଦେଶର ଉପବନେ 

ଫୁଲ ହୋଇ ଫୁଟିଯିବୁ

 ସୁବାସ ବିତରି ଦିନେ।। 

ହେବୁ ଗାନ୍ଧୀ, ଜବାହାର,

 ଅବା ଲାଲ୍ ବାହାଦୂର, 

ନେତାଜୀ, ଭଗବତ ସିଂହ,

 ଅବା ଭାଇ ସୁଖବୀର ।। 

ସର୍ଦ୍ଦାର ପଟେଲ ଭଳି 

ଲୌହମାନବ ଟେ ହେବୁ 

ଦେଶମାଆ ସେବା ପାଇଁ

 ନିଜକୁ ଲୁଟାଇ ଦେବୁ।।

 ଚାଚା କାଲାମଙ୍କ ପରି 

ଅଣୁ ପରମାଣୁ ସଙ୍ଗେ

 କରିବୁ ଯେ ଗବେଷଣା 

ଦେଶହିତେ ନାନା ଢଙ୍ଗେ।। 

ମାଆ ରମାଦେବୀ ଆଉ 

ମାଳତୀ ଚୌଧୁରୀ ହେବୁ 

ଦେଶ ଯଶ ଲାଗି ଆମେ

 ସବୁ ସୁଖ ଟାଳିଦେବୁ।। 

ଲକ୍ଷ୍ମୀ ପଣ୍ଡାଙ୍କ ପରିକା 

ଲଢୁଆ ସୈନିକ ହେବୁ 

ରଣାଙ୍ଗନରେ ଉତ୍ସର୍ଗ 

ଜୀବନ କୁ କରିଦେବୁ।।

 ଶାନ୍ତି ପ୍ରିୟ ଦେଶ ଆମ

 ଶାନ୍ତି ର ବାରତା ଦେବୁ 

ମୈତ୍ରୀ ର ମହାମନ୍ତ୍ର ରେ 

ଆମେ ବିଶ୍ବ ଜିଣି ଯିବୁ ।। 

ହେବୁ କବି ଅଟଳ ଙ୍କ ଭଳି, 

କବିତା ରେ ମଧୁ ଭରି 

ଦେଶଭକ୍ତି ଉଜାଗର 

ପ୍ରାଣେ ପ୍ରାଣେ ଦେବୁ କରି ।। 

ଯଦି କେହି ଶତ୍ରୁ ପଣେ, 

ଖଳ କରେ ଆକ୍ରମଣ 

ଦେଶ ମାଆ ରକ୍ଷା ଲାଗି 

ଅକ୍ଳେଶରେ ଦେବୁ ପ୍ରାଣ ।।

ଆମ ମାଆ ମାଟି ସମ୍ମାନ

 ସବୁଠାରୁ ଗରିୟାନ

 ଭାରତୀୟ ସେନା ହୋଇ 

ରଖିବୁ ତା’ର ସମ୍ମାନ ।। 

ପ୍ରତି ରକ୍ତ ବିନ୍ଦୁ ଆମ 

ଦେଶ ଲାଗି ଦେବୁ ଢାଳି 

ଶତ୍ରୁଙ୍କ ରକ୍ତ ରେ ଆମେ 

ଦେଇପାରୁ ହୋଲି ଖେଳି ।। 

ଧନ୍ୟ ଆମ ଦେଶ ହେବ 

ଧନ୍ୟ ହେବେ ପିତାମାତା 

ଧନ୍ୟ ହେବ ଜନ୍ମ ଆମ 

 ହୋଇବୁ ଜଗତ ଜିତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational