STORYMIRROR

Dr. Krushnakumari Tripathy

Inspirational Others

3  

Dr. Krushnakumari Tripathy

Inspirational Others

ଅକୁହା ସତ୍ୟ

ଅକୁହା ସତ୍ୟ

1 min
26.6K


ମଣିଷର ପ୍ରକୃତିର ଅହଂକାର ଏକ ଅଙ୍ଗ

ଅବିଛେଦ୍ୟ

କେଜାଣି କେତେ ସମ୍ପର୍କର ବଳି

ଚଢ଼େ ଅହଂର ଜୁପକାଠରେ।

ଆଖି ସାମ୍ନାରେ ଜଳିଯାଏ

ବନ୍ଧନର ସୁଦୃଢ ଆଉ ଶକ୍ତ

ରଜ୍ଜୁ ସବୁ।

ଏତେ ଅହଂ କାହା ଲାଗି?

କିଛି ପଦ ପଦବୀ ଆଉ

କ୍ଷଣସ୍ଥାୟୀ ଧନ ଲାଗି?

ଯାହାଲାଗି ଏତେ ସବୁ

ନାଟ---

ଅଭିଜ୍ଞତା କହେ,ଅସୁମାରି

ଧନର ଦୁର୍ଗରେ

କେବଳ ଅସହାୟ ଆଉ

ଏକୁଟିଆ ମଣିଷଙ୍କୁ ଦେଖିବାକୁ ମିଳେ।

ଦରିଆ କୁଳେ ଥିବା ମଣିଷଙ୍କୁ

ମୁଁ ବି ଦେଖିଛି,

ପାଣି ଲାଗି ପାଗଳ ହେବାର

ସାଗରେ ପାଣିବି

କାମରେ ଆସେନି

ପରିତୃପ୍ତି ଦେବାପାଇଁ।

ଖୁବ୍ ବଡ ବଡ ଘର ଆଜିକାଲି

ଦେଖିବାକୁ ମିଳେ-

ଆଉ ସେଠି ହିଁ ଦେଖିବାକୁ ମିଳେ ଖୁବ୍ ବ୍ୟସ୍ତ

ମଣିଷ ମାନଙ୍କୁ।

ଯେଉଁଠି ସବୁଥାଏ କିନ୍ତୁ

ଘୋର ଅଭାବ ସମୟର,

ପରସ୍ପର ଲାଗି।

ବୁଢ଼ୀ ମା’ର ଆଖି ଖୋଜେ

ନିଜ ସନ୍ତାନଙ୍କୁ ଶେଷ କ୍ଷଣରେ

କିନ୍ତୁ --

ଚିର ନିଦ୍ରା ପୂର୍ବରୁ

ସାହାରା ଖୋଜୁଥିବା

କ୍ଲାନ୍ତ ଆଖି

ବଡ ଘରର ବଡ କାନ୍ଥରେ ଥିବା

ବଡ ଚିତ୍ରପଟ ଦେଖି ବନ୍ଦ ହୁଏ।

କେଜାଣି କେବେ ଏ ମଣିଷ ବୁଝିବ ଏସବୁ

ଅନନ୍ତ ପ୍ରତୀକ୍ଷା କରିବାକୁ ହେବ ବୋଧହୁଏ ।

@ଡ଼ କୃଷ୍ଣା କୁମାରୀ ତ୍ରିପାଠୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational