STORYMIRROR

Dr. Krushnakumari Tripathy

Inspirational

2  

Dr. Krushnakumari Tripathy

Inspirational

ବର୍ଷା

ବର୍ଷା

1 min
12.9K



ବର୍ଷା

---------


ତୁମେ ମୋର ସଖି

ତୁମେ ମୋ ପ୍ରେମିକା

ତୁମେମୋର ପ୍ରିୟତମା

ଆଉ ତୁମେ ମୂକସାକ୍ଷୀ ମୋ

ବର୍ତ୍ତମାନ ଆଉ ଅାବର୍ତ୍ତମାନର।

ସଖୀମୋର...

ତୁମ ସହ ଅଗଣିତ ସ୍ମୃତି

ତୁମ ସ୍ପର୍ଶର ମାଦକତା

ମଦିରାଠୁ ବେଶୀ

ତୁମ ଭିତରେ ନିଜକୁ ହଜେଇ ଦେବାର

ଆଜନ୍ମ ପିପାସା।

ଅବର୍ଣ୍ଣନୀୟ ଅପୠପା ତୁମେ

ତୁମେ ଯେବେ ଚାଲିଆସ

ଧୀର ପାଦ ପାତେ

ତୁମ ସେ ରୁମଝୁମ ନୁପୁରର ଶବ୍ଦ

ହୃଦୟରେ ମୋର

ଝଙ୍କୃତ କରେ ସତ ବୀଣାର ଗୁଞ୍ଜନ।

ତୁମ ସ୍ପର୍ଶ ଶାନ୍ତ କରେ

ଅଶାନ୍ତ ମନ ଓ ପ୍ରାଣକୁ,ଅୟୁତ ଯୁଗର

ପିପାସା ମୋ ମେଣ୍ଟିଯାଏ

ତୁମର ପ୍ରଥମ ଚୁମ୍ବନେ।

ପ୍ରିୟା ମୋର,

ଜେବେକେବେ ମନହୁଏ ଅଭିସାରେ ତୁମ

ଅନୁରୋଧ ମୋର ,ଆସିବଗୋ ଏକା ଏକା

ମଧୁର ଛନ୍ଦରେ।

ତୁମ ବାହୁ ବେଷ୍ଟନୀରେ ମୁଁ ଭୁଲିବି

ବର୍ତ୍ତମାନକୁ ମୋର।

ତୁମ ମୋର ପ୍ରେମର ସ୍ପନ୍ଦନ

ଅଭିସ୍ପନ୍ଦିତ ହେବ ପ୍ରତି ପ୍ରାଣେ।

ଆମ ସହ ସୃଷ୍ଟି ହେବ ଉତଫୁଲିତ ଉନ୍ମାଦିତ।

ବର୍ଷା ଗୋ ,ପ୍ରିୟତମା ମୋର

ତୁମ ପ୍ରେମ ପରସରେ

ଧରିତ୍ରୀ କୁ କରିଦିଅ ଆଉ ଏକ ସ୍ୱର୍ଗ।

###@କୃଷ୍ଣା କୁମାରୀ ତ୍ରିପାଠୀ

ଖାରଘର

ନବି ମୁମ୍ବାଇ


Rate this content
Log in

Similar oriya poem from Inspirational