STORYMIRROR

Dr. Krushnakumari Tripathy

Inspirational Others

3  

Dr. Krushnakumari Tripathy

Inspirational Others

ଆତ୍ମକଥନ ହୃଦୟର

ଆତ୍ମକଥନ ହୃଦୟର

1 min
13.5K


ହୃଦୟଟା ସମ୍ପୂର୍ଣ୍ଣ ଆଉ ଏକ ପୃଥିବୀ,ଏଠି ମଧ୍ୟ

ଋତୁ ଆସେ ଋତୁ ଚାଲିଯାଏ

ଛାଡ଼ି ଯାଏ କିଛି ଅନୁଭୂତି

ଲେସା ସମୟର ଦାଗ।

କେତେବେଳେ ଖୁବ ସାରା ସବୁଜିମା ଭରା

ଆଉ ପୁଣି କେବେ ଖାଁ ଖାଁ ମରୁଭୂମିର ନିସ୍ତବ୍ଧତା।

କେତେବେଳେ ଦାରୁଣ ବୈଶାଖର ଝାଞ୍ଜି

ମାଡରେ ଅସ୍ତବ୍ୟସ୍ତ, ଆଉ ପୁଣି କେବେ

ଶରତ ଆକାଶ ପରି ଏକବାରେ

ପରିଚ୍ଛନ୍ନ,ମେଘମୁକ୍ତ।

ବେଳେବେଳେ ଏଠି ବି

ଆକ୍ରମଣ ହୁଏ

ଆତତାୟୀ ମାନଙ୍କର--

ଖୁବ୍ ସନ୍ତର୍ପଣରେ ଲୁଚେଇବାକୁ

ହୁଏ ସବୁଠୁ ଦାମୀ ସ୍ମୃତି ସବୁ

କାରଣ,

ପୁଣି ଥରେ ଏକାଠି କରିବାକୁ ହୁଏ

ସବୁକିଛି,ନୂଆ କରି ନୂଆ ଦିନ ପାଇଁ

ବଂଚିବା ଆଉ ବଞ୍ଚେଇବା ପାଇଁ

ନିଜ ଭିତରର

ଏ ପୃଥିବୀଟାକୁ ଆଉ କିଛିଦିନ ପାଇଁ।

##ଡ଼ଃ କୃଷ୍ଣା କୁମାରୀ ତ୍ରିପାଠୀ


Rate this content
Log in

Similar oriya poem from Inspirational