STORYMIRROR

Dr. Krushnakumari Tripathy

Others

2  

Dr. Krushnakumari Tripathy

Others

ଝିଅପାଇଁ ଘରଟିଏ

ଝିଅପାଇଁ ଘରଟିଏ

1 min
13.5K



ଝିଅଟିଏ,ଝିଅପାଇଁ ଘରଟିଏ...

ଝିଅ..ଝିଅର ପୁଣି ଘର ଗୋଟେ କଣ?

ତାର ତ ସବୁ।

ତାର ବାପଘର

ତାର ପୁଣି ଶାଶୂଘର,ଏଠି ନିଜଘରର ପ୍ରଶ୍ନ କାହିଁ?

ଶାଶୁଘର ଲୋକେ ରାଗିଲେ ...

ବାପଘରେ ନେଇ ଛାଡ଼ନ୍ତି,

ଆଉ ବାପ ଘରେ ଝିଅ ପିଲାଦିନୁ

ଅନ୍ୟର ସମ୍ପତି।

ଏମିତି ଏମିତି ଠେଲା ପେଲାର ଜୀବନ।

କେବେ ଯଦି ପ୍ରଶ୍ନ ଉଠେ ମୋ ନିଜର କୋଉଟା ବୋଲି

ସମସ୍ତଙ୍କୁ ଲାଗେ ନିରର୍ଥକ ପ୍ରଶ୍ନଟିଏ ।

ତାର ନିଜର ତ ଏ ସବୁକିଛି।

ଏଇ ଯେମିତି ବାପା,ମା,ଭାଇ ,ଭଉଣୀ-

ଶାଶୁ ,ଶଶୁର, ନଣନ୍ଦ ,ଦିଅର-

ତା ଖୁସି?

ତାର ପୁଣି ଅଲଗା ଖୁସି ଗୋଟେ କଣ?

ଏମାନଙ୍କ ଖୁସିରେ ହିଁ ତ ତାର ଖୁସି।

ନିଜ ପାଇଁ ଭାବିବା ଟା ହିଁ ପାପ ଏଠି,

ନାରୀ ଯେ ତ୍ୟାଗର ପ୍ରତୀକ।

ନିଜପାଇଁ ଭାବିବା ଟା,

ଖୁବ୍ ଗୋଟାଏ ଜଘନ୍ୟ ଅପରାଧ--

ସ୍ୱାର୍ଥପରତା।

ଅସ୍ତିତ୍ବ ଜାହିର କରିବାଟା ଅହଂକାର-

ଆଉ ସ୍ୱାଭିମାନ ତା ପାଈଁ ଉଦଣ୍ଡତା।

ବାପ ଘରେ ଝିଅ ପରଘରି----

ଆଉ ଶାଶୁ ଘରେ ସେ ପରଘର ଝିଅ

କିନ୍ତୁ---

ସବୁ ତାର ଆଉ ସମସ୍ତେ ତା ନିଜର।

ସେ ନିରୀହ ସ୍ବପ୍ନଭିଜା ଆଖି,

ଧୀରେ ଧୀରେ ପାଣିଚିଆହୁଏ

ସବୁକିଛି କୁ ନିଜର କରିବାର ,

ଅହେତୁକ ପ୍ରୟାସରେ।

ନିଜର ବୋଲି କହିବାର ତୃଷ୍ଣା

ଆପେ ହଜିଯାଏ--

ସମୟସୁଅରେ।

ସବୁକିଛି ହଜିଯାଏ

ଆକାଂଖ୍ୟା ସବୁ ସମାଧିସ୍ଥ ହୁଏ

କର୍ତ୍ତବ୍ୟ ଆଉ ଦାୟୀତ୍ୱ ବୋଧତା ଭିତରେ।

ତଥାପି ବି ଝିଅଟିଏ ବଂଚେ

ପୁରା ଗୋଟେ ଜୀବନ

ସବୁକିଛି କୁ ନିଜର କରିବାର

ଅହେତୁକ ପ୍ରୟାସ ଭିତରେ।

@କୃଷ୍ଣା କୁମାରୀ ତ୍ରିପାଠୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍