STORYMIRROR

Dr. Krushnakumari Tripathy

Inspirational

3  

Dr. Krushnakumari Tripathy

Inspirational

ଶବ୍ଦ

ଶବ୍ଦ

1 min
14K


ଶବ୍ଦ କିଛି ଅକ୍ଷରର ସମାହାର

କେବେ କେବେ ବୁଝା ଆଉ କିଛି ଅବୁଝା

ଅକ୍ଷର ପରିପାଟିରେ ବେହେରଣ ହୋଇଥିବା

କିଛି ଖୁସି ଆଉ କିଛି ଦୁଃଖଦ

ମୁହୂର୍ତ୍ତର ଆୟମାରମ୍ଭ...ଶବ୍ଦ।

ଏବେ ଆଉ ଶବ୍ଦ ସବୁ ବ୍ୟତିବ୍ୟସ୍ତ କରେନି

ଏବେ ମୁଁ ଶବ୍ଦର ଅର୍ଥରୁ ଅନେକ ଉର୍ଦ୍ଧରେ

ଏସବୁ ଶବ୍ଦାର୍ଥର ବ୍ୟର୍ଥ ମାନେ 

ଆନ୍ଦୋଳିତ କରେନାହିଁ ମନ ଆଉ ମସ୍ତିଷ୍କକୁ

ମୁଁ ଏବେ ନିସ୍ତବ୍ଧ ତାର ସନ୍ଧାନ ରେ।

ଅର୍ଥବାଦି ଆଉ ନିରର୍ଥକ ଶବ୍ଦମାନେ

ସବୁକିଛି ମୂଲ୍ୟହୀନ ଏବେ,

ମୁଁ ଏବେ ଖୁବ୍ ଭଲ ଅଭିନେତା

ଶବ୍ଦସବୁରୁ ଦୂରତ୍ୱ ରଖିବାରେ

ଏମିତି ମୋ ଇପ୍ସିତକୁ ଖୋଜିବାରେ।

ଶବ୍ଦସବୁ ସହ ଛକା ପଞ୍ଝା,

କେବେ କେବେ ଖୋଜେ କିଛି କିଛି

ଇପ୍ସିତ ଶବ୍ଦକୁ

ହୃଦୟକୁ ଦେବାଲାଗି ମିଠା ମଧୁର ପ୍ରଜାପତି 

ଛୁଆଁ,ସ୍ମୃତିର ଅଳିନ୍ଦ ଡେଇଁ

ଧସେଇ ପସେ କିଛି ଶବ୍ଦ,

ଶବ୍ଦ ଭିତରେ ଖୋଜି ବସେ 

ଆଉ କିଛି ସମୟ ବଞ୍ଚିବାର ରାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational