STORYMIRROR

Dr. Krushnakumari Tripathy

Inspirational

3  

Dr. Krushnakumari Tripathy

Inspirational

ବୋଉ

ବୋଉ

1 min
14.2K


ବୋଉ

ତୁମେ ମନେପଡ଼

ଖୁବ୍ ମନେପଡ଼,

ଖାଲି ଆଜିର ଦିନରେ ନୁହେଁ...

ସବୁ ଦିନ ସବୁବେଳେ।

ତମେ ଚାଲିଗଲା ପରେ

ଭାବୁଥିଲି ସବୁକିଛି ସରିଗଲା

ବଂଚିବା ନିରର୍ଥକ ଆଉ ଅସମ୍ଭବ 

ତୁମ ବିନା।

କିନ୍ତୁ ଏ ଦୁନିଆ

ବହୁତ ଚାଲାକ

କୌଶଳ ରେ ମୋତେ ପୁଣି ଥରେ ବାନ୍ଧିଦେଲା

ସଂସାରର ଜଞ୍ଜାଳ ଭିତରେ।

ତଥାପି ବି ସବୁ ସମୟରେ ମନେପଡ଼ ତୁମେ।

ମୋ ପୁଅ ଯେବେ ଖେଳରେ ଜିତିଯାଇ 

ବାହାବା ପାଇଁ ଧାଇଁଆସେ,

ବା ଶ୍ରେଣୀରେ ପ୍ରଥମ ହୁଏ

ଆଉ ଅବା କିଛି ଖୁବ୍ ଗୋଟେ 

ଅଲଗା କରିଦେଇ ନିଜ ମୁଣ୍ଡରେ

ଚାହେଁ ମୋର ଆଶିଷ ଭରା ହାତ

ମନେପଡ଼ ...ତମେ ଖୁବ୍ ବେଶି ମନେପଡ଼।

ଜୀବନ ଯୁଦ୍ଧରେ ହାର ଜିତର ଖେଳରେ

ଯେବେ କେବେ ଲାଗେ ହାରିଗଲି,

ଆଉ ପୁଣି

କେବେ କେବେ ଜିତିବାର ଛୋଟ ଖୁସିରେ

ପୁଣି କେବେ ଅସହାୟ ବୋଧତାରେ

ଯେତେବେଳେ ଲୁହ ଧାର

ଝରି ଆସେ ଏକାନ୍ତରେ

ମନେପଡ ,ତୁମେ ଖୁବ୍ ମନେପଡ଼।

ଏସବୁ ତ ଛୋଟ ଛୋଟ ମୁହୂର୍ତ୍ତର କଥା,

ହେଲେ ଆଜି ବସି ଯେବେ ଚିନ୍ତାକରେ

ଭାବୁଛି,

ମୁଁ ତମକୁ ଭୁଲିଛି କେବେ ଯେ 

ଆଜି ମନେ ପକାଉଛି.......

@ଡକ୍ଟର କୃଷ୍ଣା କୁମାରୀ ତ୍ରିପାଠୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational