STORYMIRROR

Sukanta Nayak

Inspirational

4.3  

Sukanta Nayak

Inspirational

ମାଟି ମା’

ମାଟି ମା’

1 min
27.4K


ମା’ ଆଜି ନିସ୍ତବ୍ଧ ହୋଇ ଚାହିଁ ରହିଛି

ମନେ ଅସରନ୍ତି ପୀଡା ଧରି ରହିଛି

ଖେଳୁଛନ୍ତି ଆଜି ରକ୍ତର ହୋଲି ଛୁଆ ମାନେ ତାର


ସେହି ମାଟି ମାଆ ର ସନ୍ତାନ ତୁହିରେ

ଆଜି କାହିଁ କରୁଛୁ ପ୍ରଭେଦ ନିଜ ଭିତରେ

ଅଜଣା ଅଚିହ୍ନା ଲୋକର କଥାରେ ପଡି

କାହିଁ କରୁଅଛୁ ଲଢେଇ ନିଜ ଭିତରେ


ଏଇଠି ସ୍ୱର୍ଗ ଏଇଠି ନର୍କ

କାହିଁ କରୁଅଛୁ ନିଷ୍ଠୁର କର୍ମ

ପର କଥାରେ ପଡି

କାହିଁ ଭୁଲି ଯାଉଛୁ ତୁ ମଣିଷ ଧର୍ମ


ପୂର୍ବ ପୁରୁଷ ରଖିଯାଇଥିଲେ ମାଆର କେତେ ମାନ

ମନେପଡୁନାହିଁ କି ଆଜି ତୋର ପୂର୍ବ ଗୌରବ ଓ ସମ୍ମାନ


ଯେତେ ବାଧା ଆସୁ ଯେତେ କଷ୍ଟ

ଭୁଲିଯାନି ତୋର ପରମ କର୍ତବ୍ୟ

ମଣିଷ ଧର୍ମ ଓ ଦେଶ ପ୍ରେମରେ ନିଜକୁ କର ଆଭୂଷିତ

ଏହାହିଁ ହଉ ତୁମ ପରମ କର୍ତବ୍ୟ


Email: sukantgacr@gmail.com



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational