STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

କାହାକୁ କାହିଁକି କହିବା,,,,,,,,,

କାହାକୁ କାହିଁକି କହିବା,,,,,,,,,

1 min
239


କାହାକୁ କାହିଁକି କହିବା

ନିଜ କର୍ମରେ ଯାହା

ଲେଖା ଥିଲା ତାକୁ

ନିଜେ ହିଁ ଭୋଗିବା

କେହି ନିଏ ନାହିଁ

ଦରଦ କାହାର

କେବଳ ଟାହି ଟାପରା 

ସାର ହେବ ତାକୁ କାହିଁ

   ଶୁଣିବା

ନିଜ ଭୂଲ୍ ର ପ୍ରାୟଶ୍ଚିତ

ନିଜେ ନିଜେ ହିଁ କରିବା

ପଡି ଅଛି ଆଗକୁ

ବହୁ ଵାଟ ଦେଖି ଚାହିଁ

   ଚାଲିବା

ଆସୁ ପଛେ କେତେ

କଣ୍ଟା ଲଟା ମାଡି ମାଡି

 ଆଗକୁ ବଢିବା

ଜୀବନ ପଥଯେ ବହୁ

ଲମ୍ବା ଦୁର୍ଗମ କିଏ ଜାଣେ

କେତେବେଳେ କଣ

   ଝୁଣ୍ଟିବା

ବିଧାତା ଲେଖି ଛାଡିଛି

ଯାହା କରମେ ତାକୁ

ଆଦରି ଆଗକୁ ଯିବା

ନିଜ ଆଖି ଲୁହ ନିଜେ

   ହିଁ ପୋଛିବା

ଏତ ଦୁନିଆର ରୀତି

ଦୁଃଖ କଷ୍ଟ ସହି ବଞିବା

ନିଜ ଜନମକୁ ନିଜେ

  ଗଢି ତୋଳିବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational