STORYMIRROR

Pramila Mohanty

Classics Inspirational

2  

Pramila Mohanty

Classics Inspirational

ଇଶ୍ଵରଙ୍କୁ ଚିଠି

ଇଶ୍ଵରଙ୍କୁ ଚିଠି

1 min
158


ଆହେ ପରମେଶ୍ବର

ତୁମେ ପରା ପରଂବ୍ରହ୍ମ

ଚତୁପାର୍ଶେ ବିରାଜିତ

ମୁଁ ଅକିଞନ ଜାଣି ପାରେ

ନାହିଁ କେଉଁ ଠିକଣାରେ

 ଲେଖିବି ତୁମକୁ ଚିଠି

ଡାକବାଲା ସାଜି ଆଜି

ତାଡନାର ସ୍ବର ଦେଉଛି

     ବାଣ୍ଟି

ଦରଦି ହୃଦୟ ର ଅନ୍ତରାଳେ

ଅଶ୍ରୁବୁନ୍ଦା କୁ ମୁଁ ରଖିଛି ସାଇତି

ଉଣାକର ନାହିଁ ପ୍ରଭୁ କୁରୁଣା

   ତୁମରି

 ରଖ ସଦା କୃପା ଦୃଷ୍ଟି

ତୁମ ଦୟା ପ୍ରେମ ଭରା 

ଅଗାଧ ସମୁଦ୍ର ରୁ ଦିଅ

  କାଣିଚାଏ ଆଜି

ପାରି କରିନେବି ମୋ ଜଞାଳ

ତରିକୁ ତୁମ ଭକ୍ତି ରସକୁ

   ଆହୁଲା କରି

ପଢିନିଅ ଥରେ ଚିଠି ଟିକୁ ଖୋଲି

ବୁଝି ଯାଅ ଆଜି ଚିଠିର ସାରାଶଂ

ଲେଖି ଛାଡିଚି ମୁହି ଲୁହକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics