ଦାୟିତ୍ଵ କର୍ତ୍ତବ୍ୟ ଜୀବନର ଅଳଙ୍କାର
ଦାୟିତ୍ଵ କର୍ତ୍ତବ୍ୟ ଜୀବନର ଅଳଙ୍କାର
ସଂସାରେ ଆମ ଅଭିନୟ
ଦିନେ ନା ଦିନେ ନେବା ବିଦାୟ
ସମୟର ଚାଲିଛି ତ ଗତି
ଛାଡ଼ି ଯାଏ କିଛି କିଛି ସ୍ମୃତି
ଜର୍ଜରିତ ହୋଇ ପାର
କିଛି ଅଦୃଶ୍ୟ ଷଡଯନ୍ତ୍ରର
କିଛି ମିଳି ପାରେ ଶାନ୍ତ୍ୱନା
କିଏ ଦିଏ ଆଶା ଆଶ୍ୱାସନା
କାହାର ବା ଥାଏ ପ୍ରେରଣା
ରହେ ଅସହ୍ୟ ଆତୁରତାର ବେଦନା
ମାନ ଅଭିମାନ ଦୁଃଖ ଅପମାନ
ପାଇ ପାର ଯଶ ଓ ସନମାନ
ଜୀବନେ ଅଛି ଅନେକ ପରୀକ୍ଷା
ଫଳ ପାଇଁ ତ କରିବା ପ୍ରତୀକ୍ଷା
ଖୋଜେ ଟିକେ ଆଲୁଅ ସୁଖର
ସବୁବେଳେ ମିଳେକି ସାନ୍ନିଧ୍ୟ ଆଲୁଅର
କେତେବେଳେ ଯଦି ହାରିଯିବା
ଅବଶୋଷ କାହିଁକି ହୋଇବା
ଜୀବନଟା ଏକ ପଶାପାଲି
ପରୀକ୍ଷା ପ୍ରତୀକ୍ଷା ଏବଂ ଅନ୍ତ ଜାଣି
ଯେତେ ଦିନ ଥିବ ପିଣ୍ଡେ ପ୍ରାଣ
ନେଇ ନପାରେ ଯମରାଜା ଜାଣ
ଦାୟିତ୍ଵ କର୍ତ୍ତବ୍ୟ ଅଟେ ଅଳଙ୍କାର
ତାହାକୁ କରିଲେ ଗଳାର ହାର
ଆଗକୁ ଆଗକୁ ଧାଏଁ ଜୀବନ ରଥ
ଆଦର୍ଶ, ଜୀବନକୁ ଦେଖାଏ ପଥ
ଏକାକୀ କଣ୍ଟକିତ ପଥେ ଚାଲି ପାର
ଜୀବନ ଯୁଦ୍ଧେ ହାରିବନି, ବିଜୟ ତୁମର ।
