STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଜୀବନ ରଙ୍ଗମଞ୍ଚରେ ମିଛ ମଣିଷ

ଜୀବନ ରଙ୍ଗମଞ୍ଚରେ ମିଛ ମଣିଷ

1 min
215


ଦୁଇ ନିଆଁରୁ ଦୁନିଆ

ତାରି ଭିତରେ ଅଢେଇ

ଦିନିଆ ଜୀବନକୁ ସମ୍ଵଳ

କରି ଚାଲିଛି ମଣିଷ

ରାଗ ଋଷା ଅଭିମାନକୁ

 ପୁଞ୍ଜି କରି

ମଣିଷ ମାତ୍ରକେ ଭୂଲ୍

ମିଛ ସତ ଦୁଇ ଦୁଆରେ

ଘଟଣା ଚକ୍ରରେ ଦେଇଛି

  ପାଦ ଥାପି

ଆଗେଇ ଚାଲିଛି ଜୀବନ

ରଙ୍ଗ ମଞ୍ଚରେ ନିଜକୁ

ପିତୁଳା ସମ ଦେଇଚି

  ସଜେଇ

ସଂସାର ସାଗରରେ ଚାଲିଛି

ଆଗେଇ ଦମ୍ଭ ଆଉ ସାହସ 

  ଆହୁଲା ଧରି

କେତେବେଳେ ଯେ ପଥ

ହୁଡଇ ଜାଣିନ ପାରଇ

ମିଛ ଦୁନିଆରେ ସତର

କଣ୍ଢେଇ ପରି ଚାହିଁ ରହିଛି

  ଆଖି ମିଟିକା ମାରି

କେଉଁ ରଙ୍ଗ କେତେବେଳେ

ଲାଗିଯିବ ତାରି ଦେହେ

ତାହା ସେ ଜାଣି ନଥାଇ

କେତେ ବେଳେ ଉନ୍ମାଦନା

କେତେ ବେଳେ ପ୍ରତାରଣା

ଜୀବନ ଦର୍ପଣରେ ଝଲସି

   ଉଠଇ 

ଚାଲିଛି ସୀମା ହିନ ପଥ

ନିଜର ଟଳମଳ ପାହୁଣ୍ଡ

  ଦେଉଛି ପକାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational