STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ପ୍ରଭୁ ପ୍ରୀତି

ପ୍ରଭୁ ପ୍ରୀତି

1 min
380


ପକ୍ଷୀ ଟିଏ ଯଦି କରିବ ହେ ପ୍ରଭୁ ରହି 

ଥିବି ତୁମ ବଡ଼ ଦେଉଳ ରେ

ଉଡି ଉଡି ନୀତି ଶ୍ରୀକ୍ଷେତ୍ରେ ବୁଲିବି

କୈବଲ୍ୟ ପାଇବି ଆନନ୍ଦ ବଜାରେ 


ଗଛ ଟିଏ ଯଦି ହେବି ମୁ ପ୍ରଭୁ ହେ

ରହି ଥିବି ତୁମ ବଡ଼ ଦାଣ୍ଡ ରେ

ପହଣ୍ଡି ରେ ଯେବେ ଝୁଲି ଝୁଲି ଆସିବ

ଚାମର ସେବା କରିବି ମୋ ଡାଳ ରେ


ଧୂଳି କଣା ଯଦି କରିଦେବ ମୋତେ

ମିଶି ଯିବି ମୁହିଁ ଶରଧା ବାଲି ରେ

ନନ୍ଦୀ ଘୋଷ ରଥେ ଯେବେ ଆସୁ

ଥିବ

ପାଦ ପଡୁଥିବ ତୁମ ମୋ ଉପରେ


ମେଘ ହୋଇ ଯଦି ଆକାଶେ ରହିବି

ଆସୁଥିବି ତୁମ ପାଇଁ ଆଷାଢ ମାସରେ

ଭକ୍ତ ସାଥେ ମିଳନ ଯେବେ ତୁମ ହୋଇବ

ବରିଷି ଯିବି ମୁ ଶ୍ରୀ କ୍ଷେତ୍ରମାଟିରେ


ଦୀପ ଟିଏ ଯଦି କରିବ ହେ ପ୍ରଭୁ

ଜଳୁ ଥିବି ରହି ନୀଳାଚଳରେ

ରତ୍ନ ବେଦି ରେ ତୁମ କୁ ଦେଖିବି

ସେବା କରିବି ମୁ ଜ୍ୟୋତି ରୂପ ରେ


ଫୁଲ ଟିଏ ଯଦି କରିବ ହେ ପ୍ରଭୁ 

ରଖିବ ମୋତେ ତୁମ ପାଦ ପଦ୍ମ ରେ

ତୁମ ପାଇଁ ମୁହିଁ ନୀତି ଫୁଟୁ ଥିବି

ଝୁଲି ବାକୁ ତୁମ ଶ୍ରୀ ଭୁଜ ଉପରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational