Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

3  

Prabhas Kumar mohapatra

Inspirational

ତୁ ନାରୀ ସ୍ୱୟଂ ଦୁର୍ଗା

ତୁ ନାରୀ ସ୍ୱୟଂ ଦୁର୍ଗା

1 min
352


ତୁ ନାରୀ ସ୍ୱୟଂ ଦୁର୍ଗା ଅବଳା ନୁହଁ 

ତ ପିଣ୍ଡ ଦୁର୍ବଳା ନୁହଁ l

ତୁ ପ୍ରଚଣ୍ଡ ଶକ୍ତି ସ୍ୱରୂପିଣୀ ଆଦ୍ୟା

ତୁ ସବଳା ସବଳା ହଁ ll


ତୁ ଜାଗିନୁ ବୋଲି କନ୍ୟା ଭୃଣ ହତ୍ୟା

ଯୌତୁକ ଯେ ନିର୍ଯ୍ୟାତନା l

ଧର୍ଷଣ ଶୋଷଣ ବଧୂହତ୍ୟା ଗଣ

ଏସିଡି ପୋଡା ଯାତନା ll


ହଜିନି ଆଜିବି ଏଇ ଭାରତରୁ

ହଜିନି ଆମ ଗାଆଁରୁ l

ତୁ ମନେ ନିଜକୁ ଅବଳା ଭାବୁଛୁ

ସବଳା ହଉନୁ ଘରୁ ll


ତୋ ପରି ନାରୀ ତ ଦୁର୍ଗା ସାଜି ପୁଣି

ଅସୁର କରିଲା ନାଶ l

ଝାନ୍ସି ସାଜି ପୁଣି ହାତେ ଖଡ୍ଗ ଧରି

ଶତ୍ରୁକୁ କରିଲେ ଶେଷ ll


ତୋ ପରି ନାରୀ ତ ମହାକାଶ ଯାଏ

ଚଢୁଅଛି ମହା ଗିରି l

କାଇଁ ଭାବୁ ତୁହି ନିଜକୁ ଦୁର୍ବଳ

ମରୁ କାଇଁ ଡରି ଡରି ll


ଭାଙ୍ଗିଦେ ତୋ ହାତୁ ଭୟର ସେ ବେଡି

ଛିଣ୍ଡା ଗୋଡ଼ରୁ ଶିକୁଳି l

ତ ଭିତରେ ଅଛି ଶତ ସିଂହ ବଳ

ଯିବୁନାହିଁ ତୁହି ଟଳି ll


ତ ହାତ ସ୍ପର୍ଶରେ ଦୁନିଆ ହୋଇବ

ପରିମାର୍ଜିତ ସୁନ୍ଦର l

କରିଦେ ନାରୀତୁ ନିଜକୁ ପୁଣି ତୁ

ଦୁର୍ଗାଙ୍କର ଅବତାର ll



Rate this content
Log in

Similar oriya poem from Inspirational